Latest Odisha News

BREAKING NEWS

ଜ୍ୟାକଲିନଙ୍କୁ କୋର୍ଟକୁ ଟାଣିଲେ ନୋରା, ଦାୟର କଲେ ମାନହାନୀ ମୋକଦ୍ଦମା

ମୁମ୍ବାଇ: ବଲିଓଡ ଅଭିନେତ୍ରୀ ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ନୋରା ଅଭିଯୋଗ କରିଛନ୍ତି ଯେ ଜ୍ୟାକଲିନ ତାଙ୍କ ବିବୃତ୍ତି ମାଧ୍ୟମରେ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ସେ ଆଇପିସିର ଧାରା ୫୦୦ ଅନୁଯାୟୀ ଜ୍ୟାକଲିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ ଏବଂ ନୋରା ଫତେହି ଏବେ ବିବାଦରେ ରହିଛନ୍ତି।

ଏହି ଘଟଣାରେ ଫତେହି ମଧ୍ୟ ଜଣେ ସାକ୍ଷୀ ଅଟନ୍ତି। ଏହି ମାମଲାରେ ନୋରାଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ନୋରା ସୁକେଶଙ୍କଠାରୁ ମହଙ୍ଗା ଉପହାର ନେଇଥିବା ଅଭିଯୋଗ ହୋଇଛି। ଗତ ସେପ୍ଟେମ୍ବରରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ବିଷୟରେ ଜେରା କରିଥିଲା। ପଚରାଉଚରା ବେଳେ ନୋରା କର୍ତ୍ତୃପକ୍ଷଙ୍କୁ କହିଥିଲେ ଯେ ସେ ଷଡଯନ୍ତ୍ରର ଶିକାର ନୁହଁନ୍ତି ଏବଂ ଷଡଯନ୍ତ୍ରକାରୀ ନୁହଁନ୍ତି।

ଅଭିନେତ୍ରୀ ନୋରା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ନୋରା କହିଛନ୍ତି ଯେ ତାଙ୍କ ବିରୋଧରେ ଭୁଲ ବିବୃତ୍ତି ଦିଆଯାଇଛି ଯାହା ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଯାହା ତାଙ୍କ ପ୍ରତିଷ୍ଠାକୁ ଖରାପ କରିଦେଇଛି ଢ ନୋରା ଫତେହି କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ମାମଲାରେ ତାଙ୍କ ନାମକୁ ଭୁଲ ଭାବେ ଟାଣି ନିଆଯାଉଛି।

ରିପୋର୍ଟ ଅନୁଯାୟୀ, ନୋରା ଜ୍ୟାକଲିନଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ, ନୋରା ଏହି ପ୍ରସଙ୍ଗରେ ଅନେକ ମିଡିଆ ହାଉସ ବିରୋଧରେ ମାନହାନୀ ମାମଲା ମଧ୍ୟ ଦାୟର କରିଛନ୍ତି। ନୋରା ଅଭିଯୋଗ କରିଛନ୍ତି ଯେ ଗ୍ୟାଙ୍ଗଷ୍ଟର ସୁକେଶଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତାଙ୍କ ନାମ ବଳ ପୂର୍ବକ ଭାବେ ବ୍ୟବହାର ହୋଇଛି। ଅଭିନେତ୍ରୀ କହିଛନ୍ତି ଯେ ସୁକେଶଙ୍କ ସହ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା। ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ମାଧ୍ୟମରେ ସୁକେଶଙ୍କୁ ଜାଣିଥିଲେ। ନୋରା କହିଛନ୍ତି ଯେ ସେ ସୁକେଶଙ୍କଠାରୁ ଉପହାର ନେଇ ନଥିଲେ।

ନୋରାଙ୍କ ତରଫରୁ ମାମଲା ରୁଜୁ ହେବା ପରେ ଏବେ ଠକେଇ ମାମଲାରେ ନୂଆ ମୋଡ଼ ଆସିଛି। ନୋରାଙ୍କ ଆବେଦନ ଉପରେ କୋର୍ଟ କେଉଁ ଆଭିମୁଖ୍ୟ ଗ୍ରହଣ କରନ୍ତି? ଏବେ ସମସ୍ତଙ୍କ ଆଖି ଏହା ଉପରେ ରହିବ। ଆସନ୍ତା ସପ୍ତାହରେ କୋର୍ଟରେ ଏହି ମାମଲାର ଶୁଣାଣି ହୋଇପାରେ। କୁହାଯାଉଛି ଯେ ସୁକେଶ ନୋରାଙ୍କୁ ବିଏମଡବ୍ଲୁ କାର ଦେବାକୁ ପ୍ରସ୍ତାବ ଦେଇଥିଲେ।

Comments are closed.