ମୁମ୍ବାଇ: ପଟିଆଲା ହାଉସ କୋର୍ଟରେ ହାଜର ହେଲେ ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ ନୋରା । ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ôଥକ ଅପରାଧ ଶାଖାରେ ଏହି ମାମଲାରେ ନିଜର ବୟାନ ଦେଇଥିଲେ ।
ସୋମବାର ସେ କୋର୍ଟରେ ପହଞ୍ଚିବା ପରେ ସିଧା କୋର୍ଟ ଭିତରକୁ ଚାଲି ଯାଇଥିଲେ । ଏହି ସମୟରେ ସେ ଖୁବ ତରବର ଥିବା ଜଣାପଡୁଥିଲେ । ତାଙ୍କ ସହ ଅନ୍ୟ କେତେଜଣ ବ୍ୟକ୍ତି ମଧ୍ୟ ଥିଲେ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ନୋରା ଫତେହିଙ୍କୁ ମଧ୍ୟ ଅନେକ ଥର ପଚରାଉଚରା କରାଯାଇଥିଲା । ଏହି ସମୟରେ ନୋରା କହିଥିଲେ ଯେ, ସୁକେଶ ତାଙ୍କ ଭିଣୋଇ ବବିଙ୍କୁ ପ୍ରାୟ ୬୫ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ କାର ଉପହାର ଦେଇଛନ୍ତି । ସୁକେଶଙ୍କ ପତ୍ନୀଙ୍କ ଚେନ୍ନାଇରେ ଥିବା ଏକ ଷ୍ଟୁଡିଓରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସୁକେଶ ଫି ବଦଳରେ ବିଏମଡବ୍ଲୁ କାର ତାଙ୍କୁ ଉପହାର ଦେଇଥିଲେ । ସେ ହ୍ୱାଟ୍ସଆପ ଜରିଆରେ ସୁକେଶଙ୍କ ସହିତ କଥା ହେଉଥିଲେ । କିନ୍ତୁ ପରେ ସୁକେଶ ବାରମ୍ବାର ଫୋନ କରି ତାଙ୍କୁ ହଇରାଣ କରିବାରୁ ତାଙ୍କ ସହିତ ସେ ଯୋଗାଯୋଗ କରି ନ ଥିଲେ ।
Comments are closed.