Latest Odisha News

BREAKING NEWS

ଉତ୍ତର ବାଲେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି : ଏସ୍‌ଆରସି

ବାଲେଶ୍ବର: ବନ୍ୟା ପାଇଁ ବାଲେଶ୍ବର ଜିଲ୍ଲା ଲାଗି ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳ ପଦ୍ମନାଭ ବେହେରା କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରହାରୀ ୧୫.୦୩ ମିମି ବର୍ଷା ରେକର୍ଡ ହୋଇଛି। ସୁବର୍ଣ୍ଣରେଖାର ରାଜଘାଟ ଠାରେ ୧୧.୦୧ ମିଟର‌ରେ  ଜଳ ପ୍ରବାହିତ ହେଉଛି, ଯାହାକି .୬୫ ମିଟରରୁ ଅଧିକ।

ବାଲେଶ୍ବର ଜିଲ୍ଳାରେ  ୧ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ମୁକାବିଲା ପାଇଁ ୫ଟି ଓଡ୍ରାଫ ଟିମ୍‌, ୪ଟି ଏନଡିଆର ଟିମ୍‌, ୩୫ଟି ପାୱାର ବୋଟ ମୁତୟନ କରାଯାଇଛି।

ଜିଲ୍ଲାରେ ୩୦୭ ରିଲିଫ ଶିବିର, ୧୧ଟି ଡାକ୍ତରୀଦଳ, ରାସ୍ତାଘାଟ ଅବରୋଧ ହଟାଇବା ପାଇଁ ୮ଟି ଟିମ,  ନଦୀ ବନ୍ଧ ସୁରକ୍ଷା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ରାଜ୍ୟର ୨୪ଟି ଜିଲ୍ଲା ୧୨୯ଟି ବ୍ଲକ ୩୨୩୨ ଗାଁ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ମୋଟ ୮ ଲକ୍ଷ ୫୩ ହଜାର ପ୍ରଭାବିତ ହୋଇଛନ୍ତି। ସେଥିରୁ ୧ ଲକ୍ଷ ୪୭ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ୪୦୯ ରିଲିଫ କେନ୍ଦ୍ରରେ ରଖାଯାଇଛି।

ଉପରୁ ମୁଣ୍ଡରୁ ବନ୍ୟା ପାଣି ପ୍ରଭାହିତ ହେଉଥିବାରୁ ଉତ୍ତର ବାଲେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି। ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକରେ ଏହାର ଭୟଙ୍କର ପ୍ରଭାବ ପଡ଼ିଛି।  ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅଧିକ ରହିବ ବୋଲି ଜଣାଯାଇଥିବା ବେଳେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ୪ଟି ବ୍ଲକ ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.