Latest Odisha News

BREAKING NEWS

କାଠଗଡ଼ାରେ ଈଶ୍ୱର

ମୂଳ ପଞ୍ଜାବୀ- ଗୁଲଜାର ସିଂହ ସାନ୍ଧୁ ୧୯୩୫ ମସିହାରେ ଲୁଧିଆନା ଜିଲ୍ଲାର କୋଟଲା ବଦଲା ଗ୍ରାମରେ ଜନ୍ ମଗ୍ରହଣ କରିଥିବା ଗୁଲଜାର ସିଂହ ସାନ୍ଧୁ ପଞ୍ଜାବୀ ସାହିତ୍ୟର ଜଣେ ବରିଷ୍ଠ ସାହିତ୍ୟକାର । ନିଜର ଗଳ୍ପ ରଚନା ମାଧ୍ୟମରେ ପଞ୍ଜାବୀ ସାହିତ୍ୟକୁ ସମୃଦ୍ଧ କରିଥିବା ଶ୍ରୀ ସାନ୍ଧୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମେତ ବହୁ ପୁରସ୍କାର ଓ ସ୧ାନରେ ସ୧ାନିତ । ଦେଶ ବିଭାଜନ ଉପରେ ତାଙ୍କର ଏକାଧିକ କାଳଜୟୀ ଗଳ୍ପ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ପାଠକୀୟ ଶ୍ରଦ୍ଧା ଲାଭ କରିଛି ।

ପୀର ବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପଚାପ୍ ଠିଆ ହୋଇଥିଲା ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେବ୍ୟସ୍ତ ଥିଲା ତାଭଉଣୀ ରହମତେ ପାଖ ଶିଖ୍ ସହିତ ପଡି଼ଆରୁ ଘାସ କାଟୁଥିଲା ସେ ପଡ଼ିଆଟି ପୀରଙ୍କ କବରଖାନାକୁ ଲାଗି ଥିଲା

ଆମ କ୍ଷେତ ପାଖରେ ଯେଉଁ ସହିଦମାନଙ୍କୁ କବର ଦିଆଯାଇଛି ସେମାନଙ୍କର ଅଲୌକିକ ଶକ୍ତି ଥିଲା ସେମାନେ ସମସ୍ତେ ମୃତ୍ୟୁ, ନିଆଁ କି ସମୟ ଠାରୁମଧ୍ୟ ଉଦ୍ଧ୍ୱର୍ରେ ଥିଲେ ଆମ ଶିଖ୍ ଲୋକଙ୍କର ମଧ୍ୟ ସେମାନଙ୍କ ଉପରେ ଅଖଣ୍ଡ ହିଶ୍ୱାସ

ଏମିତିକି ମୁଁ ପୀର ବାବାଙ୍କ ପାଖରେ କିଛି ନଚଢ଼େଇ କେବେ କୌଣସି ପରୀକ୍ଷାରେ ବସିବା ମୋର ମନେପଡ଼ୁନି ମୋ ଜେଜେବାପା କହନ୍ତି ସେଇସହିଦମାନଙ୍କ କୃପାରୁ ମୁଁ କୌଣସି ପରୀକ୍ଷାରେ କେବେ ଫେଲ୍ ହୋଇନଥିଲି

ସେ ବର୍ଷ ଖରାଦିନେ ମୁଁ ବି ନୁରା ସାଙ୍ଗରେ ସେଇ ଆମ୍ବଗଛ ତଳେ ବସିଥିଲି ନୁରା ତା ପାଠପଢ଼ାରେ ବ୍ୟସ୍ତ ଥିଲାଓମୁଁରେହମତେକୁଅନେଇରହିଥିଲିରେହମତେଆମରିପଡଅ଼ାରେଘାସକାଟିଚାଲିଥିଲା ତାକୁମୁଁ ଏତେ ଭଲ ପାଉଥିଲି ଯେ ତା ବିଷୟରେ ନୁରା ସାଙ୍ଗରେ କଥାବାର୍ତ୍ତା ହେବାକୁ ଚାହୁଁଥିଲି

ମୁଁ ନୁରାକୁ ପଚାରିଲି, ‘ସତ କହିଲୁ ନୁରା, ତୋର ଦିଭଉଣୀଙ୍କ ଭିତରୁ ତୁ କାହାକୁ ଅଧିକ ଭଲ ପାଉ? ରେହମତେ ନା ଜୈନାକୁ?’

ନୁରା କହିଲା, ‘ଜୈନାକୁ ଜୈନା ତା ବଡ଼ ଭଉଣୀ ଗଲା ଚାରିବର୍ଷ ତଳେ ତା ବାହାଘର ହୋଇ ସାରିଥିଲା ରେହମତେକୁକାଇଁକିଭଲପାଉନୁଶୁଣେ?’ମୁଁପଚାରିଲି ପରମହୁୂର୍ତ୍ତରେମୁଁଆତ୍ମସଚେତନହୋଇଉଠିଲି ଯେ ମୋର ଏଭଳି ପ୍ରଶ୍ନକୁ ସେ କାଳେ ଅନ୍ୟଅର୍ଥରେ ନେବ!

   

ନୁରା କହିଲା, ‘ମତେ ରେହମତେ ଥରେ ଖୁବ୍ ପିଟିଥିଲା ହେଲେ ଜୈନା କେବେ ମୋ ଉପରକୁ ହାତ ଉଠେଇନି ମୋତେସନ୍ତୁଷ୍ଟକରିବାକୁଏତିକିକହିସେପଣୁିତାପଢ଼ାରେଧ୍ୟାନଦେଲା ମୁଁଆଶ୍ୱସ୍ତହେଲିଯେ ସେ ମୋତେ ଭୁଲ୍ ବୁଝିନି ଦାଆଖଣ୍ଡିକ ହାତରେ ଧରିରେହମତେ ସେମିତି ଘାସ କାଯି ଚାଳିଥିଲା ଦାଆର ଚାଳନା ସହ ତାଶରୀରର ପ୍ରତିଟି ଅଙ୍ଗ ସମତାଳରେ ହଲି ଚାଲିଥିଲା ଠିକ୍ସେତିକେିବଳେସହିଦପଡ଼ିଆପାଖଅଶ୍ୱତ୍ଥଗଛରେବସିଥିବାମୟରୂଟିହଠାତ୍ଚମକିଉଠିଲାଓପର ମୁହୂର୍ତ୍ତରେ ତା ଓଜନିଆ ପକ୍ଷକୁ ଝାଡ଼ି ଉପରକୁଉଡ଼ିଗଲା ତା ସେ ପରଝଡ଼ା ଶବ୍ଦ କେମିତି ଖଡ଼ଖଡ଼ ଶୁଭିଲା ମୟୂରଟି ଏମିତି ଅଚାନକ ଉଡ଼ିଯିବାବେଳେ ତାପକ୍ଷରୁ ପରଟିଏ ଆସି ତଳେପଡ଼ିଲା ସେତେବେଳେ ମୋତେମୟରୂପୁଚ୍ଛସଂଗ୍ରହକରିରଖିôାକୁଭାରିଭଲଲାଗୁଥିଲା ଯେତେବେଳେମୟରୂ ଚନ୍ଦ୍ରିାଟିତଳକୁଖସୁଥିଲା, ତା ଉଜ୍ଜ୍ୱଳରଙ୍ଗ ଖରାରେ ଚକମକ କରୁଥିଲା ମୁଁ ବହି ଖଣ୍ଡିକ ଫୋପାଡ଼ିଦେଇ ତାକୁ ଧରିବାକୁ ଦୌଡ଼ିଗଲି କିନ୍ତୁ ପରଟି ଭୂଇଁ ଛୁଇଁନଥିଲା ତାଆଗରୁରେହମତେ ଶୂନ୍ୟରୁ ହିଁ ତାକୁ ଧରିନେଇଥିଲା ଏମିମତିକି ମୁଁ ହାତ ବଢ଼େଇବା ଆଗରୁ

କେମିତି ଟିକେ ଉତ୍ତେଜିତ ହୋଲାଭଳି ସ୍ୱରରେ ମୁଁ ଦାବି କରିବସିଲି, ‘ମୋତେ ସେ ଚନ୍ଦ୍ରିକାଟି ଦେ

ସିଏ କିନ୍ତୁ ସ୍ୱାଭାବିକ ଭାବେ କହିଲା, ‘କାଇଁକି, ମୁଁ ତାକୁ ପ୍ରଥମେ ଧରିଚି

ମୁଁ ଜିଦ୍ ଧରିଲାପରି କହିଲି, ‘ସେ କଥା ଛାଡ଼୍ ତୁ ସେ ମୟୂରଚନ୍ଦ୍ରିକାଟିକୁ ମୋତେ ଦେବାକୁ ପଡ଼ିବ

ସିଏ ପରିହାସ କଲାପରି କହିଭଲା, ‘ଓଃ, ସତେ ନା ? ତୋ ଧମକରେ? ସେମିତି ହେଲେ ମୁଁ ଜମା ଦେବିନି

ଏଥର ମୁଁ ଧୀର ସ୍ୱରରେ ତାକୁ ବୁଝେଇଲାପରି କହିଲି, ‘ତୁମ ମତେ ଏଇ ଚନ୍ଦ୍ରିକାଟି ଦେଇଦେ’, ମୁଁ ଆଉ କିଛି ମାଗିବିନି

ସିଏ ମନେମନେ ଖୁସିଲା କହିଲା, ‘ହଉ, ନେ’… ଏତିକି କହି ସେ ମୟରୂ ପୁଚ୍ଛଟିକୁ ଫିଙ୍ଗିଦେଲା ଏଥର ସେ ତାଘାସତକ ବିଡ଼ାକଯି ବାନ୍ଧିଲା ତାକୁ ମୁଣ୍ଡେଇ ଘରକୁ ଯିବାକୁ ବାହାରିଲା ରେହମତେର ପତଳା ମନଲୋଭା ଚେହେରା ଉପରୁ ମୁଁ ଆଖି ଫେରେଇ ପାରୁନଥିଲି ଘାସବୋଝଟାମୁଣ୍ଡେଇଲା ବେଳକୁ ତା ପତଳା ଚେହେରା ଲତାଟିଏ ନଇଁ ଆସିଲାପରି ଲାଗୁଥିଲା ମୁଁ ମନେମନେ ଭାବି ହେଉଥିଲି ତାକୁ ଏମିତି ଟାଣ କଥା କହିତାମନରେ ଆଘାତ ପହଞ୍ଚେଇନି ?

ସେତେବେଳେ କବରଖାନା ଭିତରେ ନୁରାର ବାପାଙ୍କ ଉପରେ ନଜର ପଡ଼ଲି ତାଙ୍କା ବଦ୍ରୁ, ଜଣେ ସନ୍ନ୍ୟାସୀ ପରି ଲୋକ ସିଏ ତାଙ୍କ ନମାଜପଢ଼ାରେ ବ୍ୟସ୍ତ ଥିଲେ ତାଙ୍କ ପାଖରେ ନୁରା ସେମିତି ଧୀରସ୍ଥିର ଭାବେ ଠିଆ ହୋଇରହିଥିଲା ବାପପୁଅ ଦିହେଁ ଏକାପ୍ରକାର ହଳଦିଆ ଗାମୁଛା ଖଣ୍ଡେଲେଖାଏଁ ବେକରେ ପକେଇଥେô ଅଳଦିଆ ରଙ୍ଗ ଶିଖ୍ ଲୋକଙ୍କୁ ଶୋଭାପାଏ ସେ ରଙ୍ଗ ଶିଖ୍ ଧର୍ମର ପ୍ରତୀକ ସେମାନେ ହଳଦିଆ ଗାମୁଛାଖଣିକ ବେକରେ ଗୁଡ଼େଇଲେ ସୁନ୍ଦର ଦିଶେ କିନ୍ତୁ ବାପପୁଅ ଏମିତିକା ଚାଦର ପକେଇବାର କାରଣ ଥିଲା ଭିନ୍ନ ଏଇ ନିକଟରେ ସେମାନେ ଧର୍ମବଦଳେଇବା ଲାଗି ରାଜି ହୋଇଥିଲେ ଚାରିଆଡ଼େ ଦଙ୍ଗା ବ୍ୟାପିଥିଲା ପୋଡ଼ାଜଳା

ହାଣକାଟ ଚାଲିଥିଲା ହଳଦିଆ ଗାମୁଛା ଖଣ୍ଡିଏ କାନ୍ଧରେ ପକେଇଲେ ସେମାନଙ୍କ ପାଇଁ ତାହା ଥିଲା ସୁରକ୍ଷାର କବଚ ପୂର୍ବ ପଞ୍ଜାବର ମୁସଲମାନଙ୍କଲାଗି ସତେ ଯେମିତି ଏହା ô ନିରାପତ୍ତାର ସୁଦୃଢ଼ ଢାଲ!

ଦେଶ ଦିଭାଗରେ ବାଣ୍ଟି ହୋଇ ସାରିଥିଲା ସ୍ୱାଧୀନତା ସହ ଦେଶ ବଣ୍ଟା ମୁସଲମାନଙ୍କ ଆଗରେ ଶିଖ୍ମାନେ ଧର୍ମ ପରିବର୍ତ୍ତନର ସର୍ତ୍ତ ବାଢ଼ିଥିଲେ ଯେଉଁ ମୁସଲମାନମାନେ ଭାରତରେ ରହିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଏହା ଥିଲାପଥ୍ରମସର୍ତ୍ତ ସୀମାଆରପଟେପାକିସ୍ତାରେମଧ୍ୟମୁସଲମାନଲୋକମାନେହିନ୍ଦୁଓଶିଖ୍ମାନଙ୍କଆଗରେ ସେଇ ଏକା ସର୍ତ୍ତ ରଖିଥିଲେ ଆମ ଇଲାକା ଥିଲା ମୁସଲମାନଅଧ୍୍ୟୁସିତ ଏଠାରେ ସେମାନଙ୍କ ସଂଖ୍ୟା ଢେର୍ ଅଧିକ ପୁଣି ସେମାନେ ଥିଲେ ରକ୍ଷଣଶୀଳ ସୁନ୍ନୀ ସମ୍ପ୍ରଦାୟର କିନ୍ତୁ ସେମାନେ ଅବା କରିପାରିବେ? ସେମାନେ ଏବେ ଭାରତରେ ଥିଲେ ଧର୍ମ ନବଦଳେଇଲେ, ଶିଖ୍ ଧର୍ମ ଗ୍ରହଣ ନକଲେ ମୁତ୍ୟୁ ସୁନି୧୨ିତ ଧର୍ମାନ୍ତରଣର ବ୍ୟାପକଆୟୋଜନ କରାଯାଇଥିଲା ସେଥିପାଇଁ ପ୍ରଚୁର ସଂଖ୍ୟକ ଲୁହା ବଳା, କାଠ ତିଆରି ପାନିଆ ହଳଦିଆ ସ୍କାର୍ଫ ବାହାରୁ ଅଣାଯାଇଥିଲା ଠିକ୍ଯେତେବେଳେ ମୁସଲମାନ ଲୋକଙ୍କୁ ଶିଖ୍ ଧର୍ମ ଗ୍ରହଣ କରିବାଲାଗିପସ୍ରାଦପ୍ରସ୍ତୁତକରାଯାଉଥିଲା,ସେତିକିବେଳେତଣ୍ଟିରେପଳୁାଏଖଙ୍କାରଅଟକିଲାପରିଘାଗଡ଼ାସ୍ୱରରେ କେହି ଜଣେ କହିଲା: ‘ଏମିତିକାଲୋକଦେଖାଣିଆ ଧର୍ମ ପରିବର୍ତ୍ତନ କଳେ କି ଲାଭ ମିଳିବ? ଖାଲି ଯାହା ସେମାନଙ୍କୁ ବାହ୍ୟ ସଂକେତରେ ସଜେଇବା ସାର ସେମାନେ ମନରେ ଯେଉଁମୁସଲମାନ ଥିଲେ ସେଇ ମୁସଲମାନ ହୋଇ ରହିବେ ବାବା ଫୁମାନ ସିଂହଙ୍କ ଆଡ଼କୁ ସମସ୍ତେ ଚାହିଁଲେ ମୁହଁରେ ଟେଳାଏ ଅଫିମ ପକାଉ ପକାଉସେ ଏମିତି ମନ୍ତବ୍ୟ ଦେଇଥିଲେ

ତାହେଲେ ଆମେ କରିବୁ, ତୁମେ କିଛି ପରାମର୍ଶ ଦିଅ

ସେ କହିଲା, ‘ସେମାନଙ୍କୁ ଘଷୁ ୁରୀ ମାଉଁଷ ଖୁଆଅ

ଆଉ କିଏ ଜଣେ ପ୍ରସ୍ତାବ ଦେଲା, ‘ଆରେ ଆମ ଲୋକମାନଙ୍କୁ ପରା ସୀମା ଆରପଟେ ଏମାନେ ଗୋମାଂସ ଖୁଆଉଚନ୍ତି

ଧର୍ମ ପରିବର୍ତ୍ତନ ଲାଗି ସେଠାରେ ରୁଣ୍ଡ ହୋଇଥିବା ମୁସଲମାନ ଲୋକଙ୍କୁ ଘୁଷୁରୀମାଂସ ଖୁଆଇବା ସକାଶେ ସମସ୍ତେ ତୁରନ୍ତ ରାଜି ହୋଇଗଲେ ତତକ୍ଷଣାତ୍ ଚାରି ପାଞ୍ଚଟା ଘୁଷୁରୀ ମରାଯାଇ ରନ୍ଧାଗଲା ଆଖପାଖ ଗାଁରେ ମଧ୍ୟ ଅନୁରୂପ ଧରଣର କାର୍ଯ୍ୟକ୍ରମ ଚାଲିଲା

ସେଠାରେ ରୁଣ୍ଡ ହୋଇଥିବା ମୁସଲମାନ ଲୋକମାନେ ସବୁକଥା ଶୁଣୁଥିଲେ ଭାଗ୍ୟକୁ ଆଦରି ଚୁପ୍ଚାପ୍ ବସି ରହିଥିଲେ ସେମାନେ ମନେ ମନେଭାବୁଥିଲେ ଯେତେବେଳେ ବଞ୍ôଚବା ମରିବା ଭିତରେ କିଛି ଫରକ ନାହିଁ, ସେତେବେଳେ ଘୁଷୁରୀ ମାଂସ ପାଟିରେ ଭର୍ତ୍ତି କଲେ ଯେଉଁ ଆକାଶଛିଣ୍ଡିପଡ଼ିବ?

ଏଭଳି କଥା ଶୁଣି ମୋ ବାପା ସାମାନ୍ୟ ପ୍ରତିବାଦ କଲାପରି ବାବାଜୀଙ୍କ କାନରେ ଅନୁଚ୍ଚ ସ୍ୱରରେ କହିଲେ, ‘ଆମ ଗୁରୁମାନେ କେବଳ ପ୍ରସାଦ କୁଆଇଧର୍ମାନ୍ତରଣ କରିୁଥିଲେ

ତୁ ଚୁପ୍ କର! ନୀରବତା ରକ୍ଷା ସବୁଠୁ ବଡ଼ ଶୃଙ୍ଖଳା ବାବାଜୀ ବିଗିଡ଼ି ଉଠି କହିିଲେ ଏଥର ସେ ମାଂସ ସିଝିଚିକି ନାଇଁ ଦେଖିବାକୁ ହାଣ୍ଡି ପାଖକୁଉଠିଗଲେ

ଅଳ୍ପ ସମୟ ଭିତରେ ସମବେତ ସବୁ ମୁସଲମାନଙ୍କୁ ଶିଖ୍ ଧର୍ମରେ ଦୀକ୍ଷିତ କରାଗଲା ଶିଖ୍ ଧର୍ମର ପାଞ୍ଚ ପ୍ରତୀକକୁ ଧାରଣ କରି ସେମାନେ ନିଜ ନିଜପାତ୍ରରୁ ସେ ସିଦ୍ଧମାଂସକୁ ଖାଇଚାଲିଲେ ସେମାନଙ୍କ ନିକଟରେ ଆଉ କିଛି ଚାରା ନଥିଲା

ଆମେ ସଭିଏଁ ସଦାବେଳେ ହିନ୍ଦୁ ଥିଲୁ ସିଏ ବଦମାସ ଆଉରଙ୍ଗଜେବ ଆମକୁ ଧର୍ମାନ୍ତରୀତ କରିଥିଲା କେହି ଜଣେ ସେମାନଙ୍କର ଏହି କାମକୁଯଥାର୍ଥ ବୋଲି ପ୍ରମାଣତି କରିବା ସକାଶେ କହିଲା ଅନ୍ୟମାନଙ୍କ ଠାରୁ ସାମାନ୍ୟ ଦୂରରେ ବାବାଜୀ ଗାଆରଁ ଅନ୍ୟ ପୁରୁଖା ଲୋକମାନେ ବସିଥିଲେ ସେମାନେ ସାନ୍ଧୁଅନ୍ରମାନଙ୍କ ଠାରୁ ଜାତିରେ ଶ୍ରେଷ୍ଠବୋଲି ମନେ ମନେ ଭାବୁଥିଲେ

ପାଟିଆଲା ମହାରାଜା ଜଣେ ସିଦ୍ଧୁ ଥିଲେ ସିଏ ନିଜେ କହିବାର ମୁଁ ଶୁଣିଛି

ସିଦ୍ଧୁ ଆଉ ସୁନ୍ଧୁଏକା କଥା କେବଳ ଗୋଟି ତଫାତ ହେଲା ଆମ ଜାଗିର ଯୋଗୁ ଆମେ କେବଳ ଅଫିମ ଖାଇପାରିବୁ କିନ୍ତୁ ମହାରାଜାଙ୍କ ପାଇଁଚାରିଖୁଣ ମାଫ୍ ସିଏ ସଂସାରର ସବୁ ଐଶ୍ୱର୍ଯ୍ୟ ଉପଭୋଗ କରିପାରିବେ ଏମିତିକା କଥା ମୋ ମନରେ ଆଦୌ ଆଗ୍ରହ ସୃଷ୍ଟି କରୁନଥିଲା

ନୁରା ଅନ୍ୟ ଲୋକମାନଙ୍କୁ ଧର୍ମ ଦୀକ୍ଷା ଦିଆଯାଇନି? ‘ ମୁଁ ବାପାଙ୍କୁ ପଚାରିଲି ମୁଁ ସେମାନଙ୍କୁ ଶିଖମାନଙ୍କ ପାଞ୍ଚ ସଙ୍କେତକୁ ସେମାନଙ୍ୁକଦେଇଚି ସେମାନେ ବି ସେସବୁ ପିନ୍ଧିଚନ୍ତି ନୁରାର ବାପା ଜଣେ ସନ୍ନ୍ୟାସୀତୁଲ୍ୟ ସାଦାସିଧା ଲୋକ ମୁଁ ତାଙ୍କୁ ବେଶ୍ ସ୧ାନ କରେ ସମସ୍ତଙ୍କଆଗରେ ମୁଁ ତାଙ୍କୁ ଏମିମତି ଅପମାନିତ କରିବାକୁ ଚାହିଁଲିନି ସମ୍ଭବତଃ ସେ ଏମିତିକା ଧର୍ମାନ୍ତରଣ ସମାରୋହରେ ସାମିଲ ହେବାକୁ ଚାହୁଁ ନଥାଇପାରନ୍ତି

ବଦ୍ରୁ ତାଙ୍କ ପରିବାରର ଅନ୍ୟମାନଙ୍କୁ ଯେତେବେଳେ ଜେଜେବାପା ଧର୍ମାନ୍ତରଣ କଥା କହିଲେ, ମୋ ବାପାତାଙ୍କୁବେୁଝଇଦେଲେଯେସେମାନେତସମସ୍ତଙ୍କସାମ୍ନାରେଘୁଷରୁୀମାଂସଖାଇଚନ୍ତି ଅନ୍ୟକିଛିସନ୍ଦେହଦୂର କରିବା ଲାଗି ବାପା ଦୃଢ଼ ସ୍ୱରରେ ଶପଥନେଲାପରି ଏକଥା କହିଲେ ତେଣୁ ବଦ୍ରୁ ତାଙ୍କ ପରିବାରଙ୍କ ଧର୍ମାନ୍ତରୀକରଣ କାର୍ଯ୍ୟ ସମ୍ପାଦନ ହୋଇ ସାରିଛି ବୋଲି ସମସ୍ତେ ଧରିନେଲେ

ଏଥିରେ ଭଲା ମିଛ ରହିଲା କେଉଁଠି? ସେଦିନ ରେହମତେଠାରୁ ମୁଁ ମୟରୂ ଚନ୍ଦ୍ରିକାଟି ଦାବିକଲାବେଳେ ସିଏ ମୁଣ୍ଡରେ ହଳଦିଆ ଦୁପ...ାଟିଏପକେଇଥିଲା ହାତରେ ଲୁହା ବଳାଟିଏ ପିନ୍ଧିଥିଲା ତାବାପ ବଦ୍ରୁ ଭାଇ ନୁରା ବି ବେକରେ ଖଣ୍ଡିଏ ଲେଖାଏଁ ହଳଦିଆ ସ୍କାର୍ଫ ଗୁଡ଼େଇ ହୋଇଥିଲେ ସେମାନଙ୍କ ନେଡ଼ିରେ ଲୁହାର ବଳା ଥିଲା କିନ୍ତୁ ବାପପୁଅ ନମାଜ ପଢ଼ୁଥିଲେ ଯଦି ଆଖପାଖରେ କିଏ କେଉଁଠି ଦେଖୁଥାନ୍ତା, ତାହେଲେସେମାନେ ପଦାପି ନମାଜ ପଢ଼ିବାକୁ ସାହସ କରିନଥାନ୍ତେ ହେଲେ ସେମାନଙ୍କ ଆଖପାଖରେ କେବଳ ମୁଁ ହିଁ ଥିଲି ମୁଁ ଥିଲି ବଦ୍ରୁଙ୍କଛାତ୍ର ସେମାନଙ୍କୁଭଲଭାବେଜଣାଥିଲାଯେସେମାନଙ୍କଲୁଚଛିପିନମାଜପଢ଼ାକଥାମୁଁଗାଆଁରଅନ୍ୟ କାହାଆଗରେକେବେପ୍ରଘଟକରିବିନି କେମତିିକରିଥାନ୍ତିଯେ…?ରେହମତେସାହାଯ୍ୟରେପରାମୁଁତୃତୀୟ ଶ୍ରେଣୀରେ ପଢ଼ଲି ପର୍ଯ୍ୟନ୍ତ ସବୁ ଅଙ୍କ କଷୁଥିଲି ସିଏ ମତେ ବତେଇ ଦେଉଥିଲା

ମୋ ଆଖି ସାମ୍ନାରେ ଏଇସବୁ କଥା ସ୍ପଷ୍ଟଭାବେ ଦୃଶ୍ୟ ହେଉଥିଲାସେଦିନ ରେହମତେ ଘାସ ବୋଝକୁ ମୁଣ୍ଡେଇ ଆଗେ ଆଗେ ଚାଲିଥିଲା ବଦ୍ରୁ ନୁରା କବରଖାନା ଭିତରେ ନମାଜ ପଢ଼ୁଥିଲେ ବଦ୍ରୁଙ୍କ ହେନାକରା ଲମ୍ବା

ଦାଢ଼ି ନମାଜ ପଢ଼ି ନଇଁଲାବେଳେ ପ୍ରତିଥର ଭୂଇଁ ଛୁଉଁଥିଲା ତାଙ୍କ ଲକ୍ଷେ୍ନøବାଲା ଢିଲା ସାର୍ଟ ଖଣ୍ଡିକ ଭାରି ମଇଳା ଦିଶୁଥିଲା କିଛି ଦୂରରେଠିଆହୋଇ ମୁଁ ସେମାନଙ୍କୁ ଲକ୍ଷ୍ୟ କରୁଥିଲି ଏତିକେି ବଳେ ହଠାତ୍ ମୋ କାନରେ ପଡ଼ିଲା: ‘ବୋଲେ ସୋ ନିହାଲ୍, ସତ୍ ଶ୍ରୀ ଅକାଲ!’ ଇଏ ଶିଖ୍ମାନଙ୍କ ପ୍ରାର୍ଥନା ଶବ୍ଦ ତେଣୁ ଭୟ ଆତଙ୍କରେ ଆମେ ଯିଏ ଯୁଆଡ଼େ ପାରିଲୁ ଧାଁଦଉଡ଼ କରି ପ୍ରାଣ ବଞ୍ଚେଇବାକୁ ଚେଷ୍ଟା କଲୁ ସେଇ ଛାନିଆରେବିଚରା ନୁରା ଝୁଣ୍ଟି ତଳେ ପଡ଼ିଗଲା ପର ମୁହୂର୍ତ୍ତରେ ଘୋଡ଼ାମାନଙ୍କ ଟାପୁ ଶବ୍ଦ ପରେ ପରେ କେଇଟା ବର୍ଚ୍ଛାରତୀକ୍ଷ୍ଣମୁଁତାଶରୀରରବିଭିନ୍ନସ୍ଥାନରେବଦ୍ଧି ହୋଇଗଲା ପରମହୁୂର୍ତ୍ତରେତାରଅନ୍ତବୁଜୁଳାବାହାରିଆସିଲା କେଇଟା ମୁହୂର୍ତ୍ତ ଲାଗି ଥରି ଥରି ତାଶରୀରପୁଣି ନି୧୨ଳ ହୋଇଗଲା ସେଦିନ ତାକୁ ଶେଷ ଥର ପାଇଁ ମୁଁ ଯାହା ଦେଖିଥିଲି

ହଳଦିଆ ନୀଳ ପୋଷାକପିନ୍ଧା ସେ ଲୋକମାନଙ୍କ ଆଡ଼କୁ ମୁଁ ସେମିତି ଚାହିଁ ରହିଥିଲି ସେଇ ଜାଗାରେ ସ୍ତ୨ଭାବେ ଠିଆ ହୋଇରହିଥିଲି ସେତେବେଳକୁ ସେମାନେ ବଦ୍ରୁ ପାଖରେ ପହଞ୍ô ସାରିଥିଲେ ବିଚରା ଧର୍ମପ୍ରାଣ ଆତ୍ମାଟି ଦିହାତ ଯୋଡ଼ି ସେମାନଙ୍କୁ ନେହୁରା ହେଉଥିଲା; ବେକରେଗୁଡ଼େଇ ହୋଇଥିବା ହଳଦିଆ ସ୍କାର୍ଫ ହାତରେ ପିନ୍ଧିଥିବା ଲୁହା ବଳାକୁ ଟେକି ଦେଖାଉଥିଲା ସେ ଶିଖ୍ଧର୍ମ ଗ୍ରହଣ କରିସାରିଛି ବୋଲିଜହ୍ଲାଦମାନଙ୍କମନରେବିଶ୍ୱାସସୃଷ୍ଟିକରିବାକୁଚାହୁଁଥିଲା ତାସାମ୍ନାରେଠିଆହୋଇଥିଲାଜଣେବଶିାଳକାୟ ନିହାଙ୍ଗ ଶିଖ୍ ତା ନିଶ ଜମ୍ବୁକ ପୁଚ୍ଛଭଳିମୋଟା ସେ ବଦ୍ରୁର ହାତକୁ ଧରି କେଇଥର ଦେଖô ପର ମୁହୂର୍ତ୍ତରେ ଧାରୁଆ ଖଣ୍ଡାରେ ତାବାହୁମୂଳରୁ କାଟି ଅଲଗା କରିଦେଲା ବଦ୍ରୁପ୍ରାଣରକ୍ଷା ପାଇଁ ଆକୁଳ ମିନତି କରି ଆର ହାତଟି ଟେକିଲା ବେଳକୁ ତା ମଧ୍ୟ ସମଦଶା ହେଲା

ହାରାମଜାଦାଟାକୁ ବି ପାକିସ୍ତାନ ପଠେଇଦିଅ ଏମିତି ଚିକ୍ରାର କରି ଜଣେ ମୋ ପାଖକୁ ଚମକି ଆସିଲା ସେତେବେଳକୁପାକିସ୍ତାନ ପଠେଇଦିଅକହିଲେ ମୁସଲମାନ ଲୋକଙ୍କୁ ହତ୍ୟା କର ବୋଲି ଏକ ବିଚିତ୍ର ଆପ୍ତବାକ୍ୟ ଅନେକଙ୍କ ତୁଣ୍ଡରେ ଶୁଣିବାକୁ ମିଳୁଥିଲା

କେହି ଜଣେ ପଛରୁ ଚିକ୍ରାର ଛାଡ଼ିଲା, ‘ଆରେ ପଟି ଟା ଶିଖ, ବୋକା କୋଉଠିକାରତାକୁ ଛାଡ଼ିଦିଅ!’ ଯେଉଁ ନିହାଙ୍ଗ ଶିଖ୍ ନୁରା ଛାତିରେ ବର୍ଚ୍ଛାଭୁଷିଥିଲା ସେହି ଏକଥା କହୁଥିଲା

ପର ମୁହୂର୍ତ୍ତରେ ସେ ମୋତେ ଉଠେଇନେଇ ତାକୋଳରେ ବସେଇଲା ମୁଁ ଜାଣିନି ତାପରେ ହେଲାକାରଣ ସେଇ ମହୁ ୂର୍ତ୍ତରେ ହିଁ ମୁଁଚେତାଶୂନ୍ୟ ହୋଇସାରିଥିଲି

ତାପର ଦିନ ଯେତେବେଳେ ମୋର ହୋସ୍ ଫେରିଲା, ମୁଁ ଲକ୍ଷ୍ୟକଲି, ଆମ ଘର ବାରଣ୍ଡାରେ ପଡ଼ିଥିବା ଖଟଟା ଉପରେ ମୁଁ ଶୋଇରହିଚି କାନ୍ଦି କାନ୍ଦିମାଆ ଆଖି ଲାଲ ପଡ଼ିଯାଇଛି ସେ ମୋରି ପାଖରେ ବସି ରହିଥିଲା ତାଆଖିରୁ ସେମିତି ଲୁହ ଗଡ଼ି ଚାଲିଥିଲା

ଯାହା ହଉ, ପୁଅଟା ବର୍ତ୍ତିଗଲା ତୁ ଆଉ ବ୍ୟସ୍ତ ହୁଅନା କେବଳ ଛାନିଆରେ ତା ଛୋବ ପଳେଇଥିଲା ଯେତେହେଲେ ଛୋଟ ପଲି ଟା ନା ବାପା ପାଖରେ ଠିଆହୋଇ ମାଆକୁ ବୁଝେଇ ଚାଲିଥିଲେ

ମାଆ କିନ୍ତୁ ନିଜ ଆଖିରୁ ଲୁହ ପୋଛୁ ପୋଛୁ କହି ଚାଳିଥିଲା, ‘କଥା ସରିଥିଲା ଆଉ ଦଣ୍ଡେ ଡେରି ହୋଇଥିଲେ ମୋ ପୁଅର ହୋଇଥାନ୍ତା…?’ ଏତିକି କହି ସେ ମୋ ଦେହମୁଣ୍ଡରେ ପୁଣି ଥରେ ହାତ ବୁଲେଇ ଆଣିଲା

କେତେ ଡରିଯାଇଚୁରେ ପୁଅ ବାହେ ଗୁରୁ ତତେ କୋଟି ପରମାୟୁ ଦେଇଥାନ୍ତୁ ସଦାବେଳେ ତାଙ୍କରି ଆଶୀର୍ବାଦ ତୋ ଉପର ଥାଉ…’ ନିଜଦୁପ...ାରେ ମୋ ମୁହଁକୁ ପୋଛି ଆଣିଲାବେଳେ ମାଆ ଗୁଣୁଗୁଣୁ ହୋଇ କହି ଚାଲିଥିଲା

ଭଗବାନ ମଙ୍ଗଳ କରନ୍ତୁ ତାଙ୍କ କରୁଣା ଆମ ଉପରେ ଏମିମତି ରହିଥାଉ ଏବେ ଯାଅ ; ପୀରବାବା ସହିଦଙ୍କ ପାଖରେ ମୁଣ୍ଡିଆ ମାରି ଆସ ତାଙ୍କରରି କୃପାରୁ ଆମ ପୁଅ ଜୀବନ ପାଇଲା ବାବାୀ ମାଆକୁ କହିଲେ ସେଠାରେ ରୁଣ୍ଡ ହୋଇଥିବା ସାଇପଡ଼ିଶା ଲୋକମାନେ ବି ସ୧ିତିରେ ମୁଣ୍ଡଟୁଙ୍ଗାରିଲେ ଏବେ ସହିତଙ୍କୁ କବର ଦେବାଲାଗି ସେମାନେ ବ୍ୟବସ୍ଥା ଆରମ୍ଭ କଲେ

ମୋ ଗଳା କେମିମତି ରୁନ୍ଧି ହୋଇଗଲା ପରି ଲାଗୁଥିଲା ସେଇ ଅବସ୍ଥାରେ ମୁଁ ମାଆ ଆଗରେ କହିଚାଲିଥିଲିନୁରା କେମିତି ମଲା ରେହମତେରଅବସ୍ଥା ଏବେ , ତାବିଷୟରେ ସେ କଛି ି ଜାଣିଛି କି ବୋଲି ମୁଁ ମାଆକୁ ପଚାରିଲି ସେ ବି କାନ୍ଦକାନ୍ଦ ହୋଇ କହିଲାଯେ ଦଙ୍ଗାକାରୀମାନେଗାଆଁର ଅନ୍ୟ ମୁସଲମାନ ଝିଅଙ୍କ ସହ ଜୈନା ରେହମତେଙ୍କୁ ବି ଉଠେଇ ନେଇ ଯାଇଥିଲେ ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା ସେମାନଙ୍କସଂଖ୍ୟା ପ୍ରାୟ ପଚାଶ ସରିକି ହେବ ଯାହା କାନ୍ଧରେ ଅର୍ଖ ନୂଆ ହଳଦିଆ ସ୍କାର୍ଫ ପଡ଼ିଥିଲା ହାତରେ ନୂଆ ଲୁହାବଳା ଥିଲା ସେମାନଙ୍କୁ ସମସ୍ତଙ୍କୁହତ୍ୟା କରାଯାଇଥିଲା ଏବେଗାଆଁସାରାସମସ୍ତେସହିଦମାନଭ୍କୁପସ୍ରାଦପରଷିବାକୁପ୍ରସ୍ତୁତହେଉଥିଲେ ସେଦସନସନ୍ଧ୍ୟାକେମିତି ଅଧିକଖାଁଖାଁଲାଗୁଥିଲା ସମସ୍ତଙ୍କମନରେଭୟଓଆଶଙ୍କାବସାବାନ୍ଧିଥିଲା ବାବାଫୁମାନସିଂହତପରୂାପୂରି ହତବାକ୍ ହୋଇ ଯାଇଥିଲେ ମୁକ ପାଲଟି ସାରିଥିଲେ ମାତ୍ର ଅଳ୍ପସମୟ ପୂର୍ବରୁ କେହି ଜଣେ ଆସି ତାଙ୍କ ଖବର ଦେଇଥିଲାଯେ ଜୀବନସାରା ତାଙ୍କ ଘନିଷ୍ଠ ହୋଇ ରହିଆସିଥିବା ବନ୍ଧୁ ଘନଶ୍ୟାମ ଦାସଙ୍କୁ କିଏ ଭୁଲରେହତ୍ୟା କରିଛି ସେ ତାଙ୍କର ଜରେ ବନ୍ଦୁଙ୍କ ଲାଗି ହଳଦିଆ ସ୍କାର୍ଫଖଣ୍ଡିଏ ଧରି କ୍ଷେତବାଟେ ଯାଉଥିଲେ ଦଙ୍ଗାକାରୀମାନେ ତାଙ୍କୁ ମୁସଲମାନସମ୍ପ୍ରଦାୟର ବୋଲି ଠଉରାଇ ସେଇଠି ହତ୍ୟା କରିଥିଲେ କାରଣ କିଏ କେଉଁ ଧର୍ମର ସେକଥା ପରଖିବାକୁ ସେମାନଙ୍କ ପାଖରେ ସମୟ ନଥିଲା କିଧୈର୍ଯ୍ୟ ବି ନଥିଲା ସେମାନେ ସମସ୍ତେ ଲୁଟତରାଜ ଦଙ୍ଗାଫସାଦରେ ବ୍ୟସ୍ତ ଥିଲେ ଅନ୍ୟ ଗାଆଁ, ଅନ୍ୟ ଇଲାକା, ଅନ୍ୟ ବସ୍ତିକୁ ଯାଇ ସେମାନଙ୍କୁଆହୁରି ଲୁଟ ହତ୍ୟ କରିବାର ଥିଲା ସେମାନଙ୍କ ଦୃଷ୍ଟିରେ କାନ୍ଧରେ ନୂଆ ହଳଦିଆ ସ୍କାର୍ଫ ପକାଇଥିବା ସମସ୍ତେ ଥିଲେ ସଦ୍ୟ ଧର୍ମାନ୍ତରୀତ ହୋଇଥିବାଲୋକ ସହିତପଡ଼ଅିାନିକଟରେସେମାନେପ୍ରାର୍ଥନାକଲାବେଳେବାବାଜୀ(ମୋଜେଜେବାପା)ତଥାପିଘନଶ୍ୟାମ ଦାସଙ୍କ କଥା ଭାବି ଚାଲିଥିଲେ ହଁ, ଏକଥା ସତ ଯେ ସମସ୍ତେ ଦିନେ ନା ଦିନେ ମରିବେ ଘନଶ୍ୟାମ ଦାସ ବି ମରିଥାନ୍ତେ କିନ୍ତୁ ଏଭଳି ଅପ୍ରତ୍ୟାଶିତ ଭାବେ ବିନା କାରଣରେ ତାଙ୍କୁହତ୍ୟା କରାଯିବା ଅନ୍ୟମାନଙ୍କ ମନରେ

କେମିତି ଏକ ନୂଆ ପ୍ରକାର ଅନି୧୨ିତା ସୃଷ୍ଟି କରିଥିଲା ବାବାଜୀ ସୁଦ୍ଧା ସେଥିରୁ ମୁକ୍ତ ନଥିଲେ ଏହା ସ୍ପଷ୍ଟ କରିଦେଇଥିଲାଯେ ଜଣେ ହିନ୍ଦୁ ହୁଅନ୍ତୁ କିଶିଖ, ସେମାନେ ଯଦି ନୂଆ ହଳଦିଆେ ସ୍କାର୍ଫ ଖଣ୍ନେ ବେକରେ ପକାଇଛନ୍ତି, ତାହେଲେ ସେମାନେ ସୁଦ୍ଧା ଛାଡ଼ ପାଇବେନ ।ି ଉପଯୁକ୍ତ ଶାସ୍ତି ପାଇବେ ତାହେଲେ ଧର୍ମାନ୍ତରୀତଙ୍କ ପାଇଁ ନିରାପତ୍ତା ଅବା ଆସିବ କୁଆଡ଼ୁ? ବରଂ ଏମିତି ଦେଖିବାକୁ ଗଲେ, ଯେଉଁମାନେ ଶିଖ୍ ଧର୍ମ ଗ୍ରହଣ କରିନଥିଲେ, ସେମାନେ ଅଧିକ ନିରାପଦ ଥିଲେ କାରଣ ସେମାନେ ଅଧିକ ସତର୍କ ଥିଲେ ସେମାନଙ୍କ ଧରିବା ଏତେ ସହଜ ନଥିଲା ତେଣୁ ସେମାନେ ରକ୍ଷାପାଇପାରୁଥିଲେ ସଚ୍ଚା ମୁସଲମାନମାନେ ଖସି ପଳେଇବାକୁ ସକ୍ଷମ ହେଉଥିବାବେଳେ ଶିଖମାନଙ୍କୁ ହତ୍ୟା କରାଯାଉଥିଲା

ପ୍ରତିଦିନ ଗୁରୁ ଗୋବିନ୍ଦ ସିଂହଙ୍କ ପୁଦ୍ରମାନଙ୍କ ନାମକୁ ପାଞ୍ଚଥର ଚାଳିଶ ସହିଦଙ୍କ ନାମକୁ ନିଷ୍ଠାର ସହ ଜପୁଥିଲେ ସୁଦ୍ଧା ଏଭଳି ଭୟଙ୍କର ଦଙ୍ଗାକଥାଭାବି ବାବାଙ୍କ ହୃଦୟ ବିଳାପ କରିଉଠୁଥିଲା ଶେଷବେଳକୁ ଯେଉର୍ମାନ ସେମାନଙ୍କର ଦନସମ୍ପଦ ହରାଇ, ପାପୀମାନଙ୍କ ସହ ଲଢ଼େଇ କରି, ନିଜ ଧର୍ମରକ୍ଷା ଲାଗି ପ୍ରାଣବଳି ଦେଇଥିଲେ ଯଦିବାସେସେମାନଙ୍କରପଶ୍ରଂସାକରିଚାଲିଥିଲେ,ତାଙ୍କପାଦଦୁଇଟିକୁସତେଯେମିତିପଛପଟୁକିଏଖୁଣ୍ଟରେ ବାନ୍ଧିପକାଇଥିଲା ଧର୍ମ ପାଇଁ ପ୍ରାଣବଳିଶବ୍ଦ କେଇଟି ଉଚ୍ଚାରଣ କଲାବେଳେ ତାଙ୍କ ଗଳାକୁ କିଏ ଯେପରି ଚିକି ଧରୁଥିଲା!ଏକଥାଲକ୍ଷ୍ୟକରିବାପାହିଁପ୍ରାର୍ଥନାରଅବଶିଷ୍ଟଅଂଶପରୂଣକରିଥିଲେ ଏସବୁପର୍ବସରିବାପରେ ସହିଦମାନଙ୍କ କବର ନିକଟରେ ପ୍ରସାଦ ଦେବାଲାଗି ବାପାମୋତେ କହିଲେ ସେମାନଙ୍କ କବର ପାଖରେ ପ୍ରସାଦ ଦେବା ମାତ୍ରେ, ପାଖ ଅଶ୍ୱତ୍ଥ ଗଛ ଡ଼ାଳରେ ବସିଥିବା କୁଆମାନେ ଅଠାତ୍ ଉଡି଼ଆସି ଆଖିପିଛୁଡ଼ାକେ ସେସବୁ ପ୍ରସାଦ ଖାଇନେଲେ ମୁଁ ମନକୁ ମନ କହିଲି, ‘ସହିଦମାନେ ସେମିତି ଭୋକିଲା ପଡି଼ଥାନ୍ତୁ

ଏବେ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ବାପା ପ୍ରସାଦ ବାଣ୍ଟିଲେ ସେ ଫେରିଯିବାକୁ ବସିଲା ବେଳକୁ ବାବାଜୀ ଆସି ତାଙ୍କ ହାତକୁ ଜାବୁଡ଼ି ଧରିଲେ

ପାଖରେ ଥିବା ପୀରବାବାଙ୍କୁ କବର ଆଡ଼କୁ ଅଙ୍ଗୁଳି ଦେଖାଇ ସେ କହିଲେ, ‘ପୁଅକୁ କହ, ପୀରବାବାଙ୍କ କବର ପାଖରେ ବି କିଛି ପ୍ରସାଦ ଚଢ଼ାଉ ପୀରବାବାଙ୍କ କବରଖାନା ଆଡ଼େ ଚାହିଁବା ମାତ୍ରେ ମୋ ଆଖବ ସାମ୍ନାରେ ପୁରାର ମୁହଁ ଜଜଜଳ ହୋଇ ଦିଶିଲା କ୍ଷେତରେ ଥିବା ଅଶ୍ୱତ୍ଥ ଗଛଟି ମୋତେରେହମତେ କଥା ସ୍ମରଣ କରେଇଦେଲା ସେଇଗଛତଳେସିଏମୋଉପରେରାଗିଥିଲା ସିଏକଣପେମ୍ରରେମୋଉପରେଏମିତି ମିଛିମିଛିକା ରାଗିଥିଲା ନାଘୃଣାରେ! ମୁଁ କିଛି ବୁଝି ପାରୁନଥିଲି

ବାବାଜୀଙ୍କଆଡ଼େଚାହିଁବାପାପଚାରିଲେ,‘ତୁମେକିକଥାକହୁଚ?ପୀରବାବାଙ୍କକବରପାଖରେପସ୍ରାଦ କାଇଁକିଚଢ଼େଇବା?’

କ୍ଷେତସୀମା ବାହାରକୁ ନେଇଯାଇ ବାବାଜୀ ବାପାଙ୍କୁ ବୁଝେଇଲା ଭଳି ସ୍ୱରରେ କହିଚାଲିଲେ, ‘ତୋର ସେ ହାଣକାଟ କଥା ମନେଅଛି…?’

ସମ୍ଭବତଃ ସହିଦବାନଙ୍କ ଭୂଇଁରେ ସେ ଏକଥା କହିବାକୁ ସାହସ କୁଳେଈ ପାରୁନଥିଲା କାଳେ ବାବାଜୀଙ୍କ ଧର୍ମବିରୋଧୀ ଆଚରଣରେ ସେମାନେଅଭିସମ୍ପାତ ଦେବେ

ହଁ, ହଁ, ମନେଅଛି ବାପା ମୁହଁକୁ ଶୁଖେଇ କହିଲେ

ଯେଉଁମାନଙ୍କୁ ଦର୍ମାନ୍ତର କରାଯାଇଥିଲା, ସେଇମାନଙ୍କୁ ହତ୍ୟା କରାଯାଇଚି ନା

ତଥାପି ସେ କଥାରୁ କଛି ି ଓର ନପାଇଲା ପରି ବାପା ପଚାରିଲେ, ‘ସେଇଠୁ ହେଲା?’

ଯେଉଁମାନେ ଧର୍ମ ପରିବର୍ତ୍ତନ କରିବାକୁ ରାଜି ହେଲେନି, ସେମାନେ ବର୍ତ୍ତିଗଲେଲ, ସେକଥା ଜାଣିପାରୁଚୁ ନା ନାଇଁ?’

ନା, ବୁଝି ପାରିଲିନି ବାପା କହିଲେ ବରି କ୍ତ ହେବାପରି ମୁହଁ କଲେ

ହଉ, ତୁ ଯଦି ବୁଝିପାରୁନୁ, ମୋର କିଛି କରିବାର ନାହିଁ ଏତିକି କହି ବାବାଜୀ ତୁନି ପଡ଼ିଲେ ବାପାଙ୍କ ଏଭଳି ନିର୍ବୋଧପଣିଆ ଦେଖି ସେମନେମନେ ବିଗିଡ଼ି ଯାଇଥିଲେ

ଦଣ୍ଡେ ରହିଯାଇ ସେ ପୁଣି ଥରେ ଆରମ୍ଭ କଲେ, ‘ଶୁଣ୍ ସତେ ଯେପରି ସହିଦମାନେ ତାଙ୍କ କଥା ଶୁଣିପାରିବେ, ସେଇ ଆଶଙ୍କାରେ ସେ ଚୁପଚ୍ ପ୍ବାପାଙ୍କ ପାଖକୁ ମୁହଁ ଲଗାଇ ଆଣି କହୁଥିଲେ, ‘ଯେଉଁ ମୁସଲମାନମାନେ ନିଜ ଧର୍ମକୁ ଜାବୁଡ଼ିଧରି ରହିଲେ, ସେମାନେ ବର୍ତ୍ତିଗଲେ ହଁ ନା ନାଇଁ? ହେଲା, କିଏ ଜାଣେ ଆସନ୍ତାକାଲି ପୀରବାବା ଆମ ସହିଦମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇ ଆସି ନପହଞ୍ôଚବେ?’

କଥାର ଅର୍ଥ ମୁଁ ବୁଝିପାରିଲି ହଠାତ୍ ଦିବ୍ୟଜ୍ଞାନ ପ୍ରାପ୍ତି ହେବାପରି ଅନୁଭବ କଲି ପୀରବାବାଙ୍କ କବର ପାଖରେ ପ୍ରସାଦ ରଖିବାକୁ ମୁଁ ଦୌଡ଼ିଗଲି ବାପା ମୋତେ ଅଟକେଇ ପାରିଲେନି

ସମ୍ଭବତଃ ବାବାଜୀଙ୍କ ଆକ୍ଷେପଭରା କଥା ତଥାପି ବାପାଙ୍କ ବୋଧଶକ୍ତି ବହିର୍ଭୂତ ଥିଲା

Leave A Reply

Your email address will not be published.