Latest Odisha News

BREAKING NEWS

ଚାଲିଗଲେ ୫ ଟଙ୍କାରେ ସେବା ଯୋଗାଉଥିବା ଡାକ୍ତର ଥିରୁଭେନଗଡାମ

ଚେନ୍ନାଇ: ଡାକ୍ତରଙ୍କ ଗାରିମା ରଖିଥିବା ଜଣେ ଦରଦୀ ସେବକ ଆଜି ଚାଲିଗଲେ । ସେ ହେଉଛନ୍ତି ତାମିଲନାଡୁର ଭି.ଥିରୁଭେନଗଡାମ । ସେ ୫ ଟଙ୍କା ଡାକ୍ତର ଭାବେ ବେଶ୍ ପରିଚିତ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଏଥିନେଇ ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳିଯାଇଛି । ସେ ଏକ କ୍ଲିନିକ ଖୋଲିଥିଲେ ଯେଉଁଥିରେ ପ୍ରଥମ ୨ ଟଙ୍କାରେ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା । ପରେ ଏହା ୫ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଅଧିକାଂଶ ରୋଗୀଙ୍କୁ ସେ ମାଗଣା ଔଷଧ ମଧ୍ୟ ଯୋଗାଇ ଦେଉଥିଲେ । ଏପରିକି ଅତି ଅଭାବୀ ରୋଗୀଙ୍କୁ ନିଜ ହାତରୁ ପଇସା ଖର୍ଚ୍ଚ କରି ଔଷଧ ଦେଉଥିଲେ । ମେର୍ସାଲ ନାମକ ଏକ ତାମିଲ ଫିଲ୍ମରେ ଅଭିନେତା ବିଜୟ ତାଙ୍କ ଚରିତ୍ର କରିଥିଲେ । ଏହା ପରେ ସେ ବେଶ୍ ଲୋକପ୍ରିୟ ହୋଇଥିଲେ ।

Leave A Reply

Your email address will not be published.