Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅର୍ଥ ହେରଫେର ଦିଗର ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ରିତେଶ ଶାହଙ୍କୁ ଜେରା କରି ଇଡି । ହାଜର ହେବାକୁ ସମନ୍ କରିଛି । ଆଜି ସୁଦ୍ଧା ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି ।

ରିତେଶ ମୋଦିଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ଆର୍ଥିକ କାରବାର, ଆୟ ଓ ଖର୍ଚ୍ଚ ସମ୍ପର୍କରେ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାରି ଭିତରେ ଇଡି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା, ତାଙ୍କ ଭାଇ ଓ ପରିବାର ଲୋକ, ସୁଶାନ୍ତଙ୍କ ଭଉଣୀ ଓ ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନିଙ୍କ ସମେତ ଅନେକ ଲୋକଙ୍କୁ ଜେରା କରି ସାରିଛି ।

ସୁଶାନ୍ତ ଆକାଉଣ୍ଟରୁ ରିୟା ୧୫ କୋଟି ଟଙ୍କା ନେଇଥିବା ନେଇ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ବାପା । ଏସମ୍ପର୍କିତ ତଥ୍ୟ ଯୋଗାଡ କରୁଛି ଇଡି । ସେହିପରି ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ସିବିଆଇ ତଦନ୍ତ ସୁପାରିଶକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନ୍ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।

Leave A Reply

Your email address will not be published.