Latest Odisha News

ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି; ଅନାହାରଠୁ ଅଳ୍ପ ଦୂରରେ ଗାଜାବାସୀ

ନୂଆଦିଲ୍ଲୀ: ଇସ୍ରାଏଲ୍-ଗାଜା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଫଳରେ ଉତ୍ତର ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଇଛି । ଗାଜାବାସୀ ଅନାହାରଠାରୁ ଅଳ୍ପ ଦୂରରେ, ଏଠାରେ ଖାଦ୍ୟର ଅଭାବ ଦେଖାଦେଇଛି । ଜାନୁଆରୀ ୨୩ ଠାରୁ କୌଣସି ସହାୟତା ଉତ୍ତର ଗାଜାର ଲୋକଙ୍କ ନିକଟରେ ପହଞ୍ଚିପାରି ନାହିଁ । ଏନେଇ ମଙ୍ଗଳବାର ୱାର୍ଲ୍ଡ ଫୁଡ୍ ପୋଗ୍ରାମ ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଜା ଅଞ୍ଚଳରେ ଏକ ଗୁରୁତର ମାନବୀୟ ଜୁରୁରୀକାଳିନ ପରିସ୍ଥିତି ଉପୁଜିଥିବାରୁ ଜାତିସଂଘର ମୁଖ୍ୟ ସହାୟତା ଏଜେନ୍ସି ଏହାର ମୁକାବିଲା ପାଇଁ ନିରନ୍ତର ସଂଘର୍ଷ କରୁଛି ।

ଜାତିସଂଘର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍ଏଓ)ର ଡେପୁଟି ଡାଇରେକ୍ଟର ଜେନେରାଲ ଚେତାବନୀ ଦେଇଛନ୍ତି ଯେ, ଗାଜାରେ ପ୍ରାୟ ୯୭ ପ୍ରତିଶତ ଭୂତଳ ଜଳ ପାନୀୟ ଉପଯୋଗୀ ନୁହେଁ । ଯାହାଫଳରେ କୃଷି ଉତ୍ପାଦନ ହ୍ରାସ ହେଉଛି।
ସୂଚନାଅନୁସାରେ, ଗାଜା ସୀମାରେ ଖାଦ୍ୟ ସାମଗ୍ରୀ ରହିଛି ବୋଲି ଡବ୍ଲୁଏଫପି କର୍ମୀମାନେ ସୂଚନା ଦେଇଛନ୍ତି । ହେଲେ କିଛି ସର୍ତ୍ତ ରହିଛି ସେମାନେ ଷ୍ଟ୍ରିପରେ ୨.୨ ନିୟୁତ ଲୋକଙ୍କୁ ଖାଦ୍ୟ ପହଞ୍ଚାଇପାରିବେ । ୧୫,୦୦୦ ମେଟ୍ରିକ ଟନ୍ ଖାଦ୍ୟ ପରିବହନ କରୁଥିବା ଟ୍ରକ୍ ଇଜିପ୍ଟ ଦେଇ ଯିବାକୁ ପ୍ରସ୍ତୁତ ରହିଛି । ହେଲେ ଓସିଏଚଏ ମୁଖପାତ୍ର କହିଛନ୍ତି, ‘‘ ଇସ୍ରାଏଲ ସୌନ୍ୟ ସେମାନଙ୍କୁ ଗାଜାରେ ପହଞ୍ଚିବାରେ ବାରଣ କରୁଛନ୍ତି ।’’

ନିକଟରେ ଇସ୍ରାଏଲର ଅଧିକାରୀମାନେ ଉତ୍ତର ଗାଜାକୁ କୌଣସି ସହାୟତା ପଠାଇବାକୁ ମନା କରି ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ଗାଜାକୁ ସହାୟତା ପାଠାଇବା ପାଇଁ ଜାନୁଆରୀ ୨୩ରେ ଶେଷ ଅନୁମତି ଦିଆଯାଇଥିଲା ।

Comments are closed.