Latest Odisha News

BREAKING NEWS

ଦକ୍ଷିଣ କୋରିଆକୁ ଧମକ ଦେଲେ ଉତରକୋରିଆ ଶାସକ କିମ୍ ଜୋଙ୍ଗଙ୍କ ଭଉଣୀ କିମ୍ ୟୋ

ସିଓଲ: ଉତରକୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି । ଏପରିକି ସାମରିକ ଆକ୍ରମଣ କରାଯିବ ବୋଲି ସେ କହିଛନ୍ତି । ଯାହା ଫଳରେ ଉଭୟ ଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧିପାଇଛି  । ଗତ ସପ୍ତ‌ାହରେ ଦକ୍ଷିଣ କୋରିଆ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବା ଏବଂ ଶତ୍ରୁ ଦେଶ ଭଳି ବ୍ୟବହାର କରାଯିବ ବୋଲି ଉତରକୋରିଆ ପକ୍ଷରୁ କୁହାଯାଇଥିଲା ।

କାସେଙ୍ଗ ସହରରେ ଥିବା କାର୍ଯ୍ୟାଳୟକୁ ଶୀଘ୍ର ବନ୍ଦ କରାଯିବ ବୋଲି କିମ ୟୋ କହିଛନ୍ତି । ଉତରକୋରିଆର ମିଲିଟାରୀ ଅଧିକାରୀ ପରବର୍ତି କାର୍ଯ୍ୟ କରିବ । ଦକ୍ଷିଣକୋରିଆ ସୀମାରେ ଉତରକୋରିଆ ବିରୋଧରେ ଷଡଯନ୍ତ୍ର କରୁଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି କିମ ୟୋ କହିଛନ୍ତି ।

Comments are closed.