Latest Odisha News

BREAKING NEWS

ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ ଦେଇଥିବା ଦୁଇ ଭାଇ ଗିରଫ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ ଦେଇଥିବା ଦୁଇ ଭାଇ ରବିବାର ଗିରଫ ହୋଇଛନ୍ତି । ଗୋଣ୍ଡାର ଟିକର ଗ୍ରାମର ଏହି ଦୁଇଜଣଙ୍କ ନାମରେ କୌଣସି ଅପରାଧୀକ ରେକର୍ଡ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ପୋଲିସ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଥିଲା । ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା କଡା କଡି କରାଯିବା ସହ ଅପରାଧୀକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା । ହ୍ୱାଟସଆପ ରେକର୍ଡରୁ ଜଣାପଡିଥିଲା ରାଜା ବାବୁ ଓ ମନୀଷ ଏହି ଧମକ ଫୋନ କଲରେ ଜଡିତ ।

ମନୀଷ ପୋଲିସ ଆସିବା ପୂର୍ବରୁ ଫୋନ ଭାଙ୍ଗି ଫୋପାଡି ଦେଇଥିଲା । ପୋଲିସ ନିକଟରେ ଦୁଇ ଭାଇ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି । ମନୀଷ ପ୍ରମାଣ ଲୁଚାଇବା ପାଇଁ ଚେଷ୍ଟା କରିଥିବାରୁ ଉକ୍ତ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.