Latest Odisha News

BREAKING NEWS

କ୍ରାଶ ହୋଇଗଲା ଉତର କୋରିଆର ସ୍ପାଇ ସାଟେଲାଇଟ

ନୂଆଦିଲ୍ଲୀ: ଉତର କୋରିଆ ନିକଟରେ ସ୍ପାଇ ସାଟେଲାଇଟ ଲଂଚ କରିଥିଲା । ଚୋଲିମା-୧ ନାମକ ଏହି ସାଟେଲାଇଟ କିନ୍ତୁ ଲଂଚ ହେବାର କିଛି ସମୟ ପରେ କ୍ରାଶ ହୋଇ ଯାଇଥିଲା । ରକେଟର ଇଂଜିନରେ ତ୍ରୁଟି ରହିବା ସହ ଫୁଏଲ ସିଷ୍ଟମ ଠିକ ନ ଥିଲା । ଲଂଚ ହେବାର ଦ୍ୱିତୀୟ ଚରଣ ପରେ ସାଟେଲାଇଟର ବେଗ କମି ଯାଇଥିଲା । ପରେ ଏହି ମିଶନ ବିଫଳ ହୋଇ ଯାଇଥିଲା । ଉତର କୋରିଆ ଏହି ସାଟେଲାଇଟ ଲଂଚ କରିବା ଘୋଷଣା କରିବା ମାତ୍ରେ ଜାପାନ ଓ ଦକ୍ଷିଣ କୋରିଆ ସେନାଙ୍କୁ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆମେରିକା ଓ ଦକ୍ଷିଣ କୋରିଆ ଉପରେ ନଜର ରଖିବା ପାଇଁ ଉତରକୋରିଆ ଏହି ସାଟେଲାଇଟ ଲଂଚ କରିଥିଲା । ଏହା ପୂର୍ବରୁ ଉତର କୋରିଆ ଇଂଟର କଂଟିନେଂଟାଲ ମିସାଇଲ ଲଂଚ କରିଥିଲା । ସଂଯୁକ୍ତ ରାଷ୍ଟ୍ରର ପ୍ରତିବନ୍ଧ ସତ୍ୱେ ଉତର କୋରିଆ ବେଖାତିର କରି ଗୋଟିଏ ପରେ ଗୋଟିଏ ଟେଷ୍ଟ କରିବାରେ ଲାଗିଛି । ୨୦୨୨ ପରଠାରୁ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ମିସାଇଲର ପରୀକ୍ଷଣ କରିସାରିଛି ।

Leave A Reply

Your email address will not be published.