Latest Odisha News

BREAKING NEWS

ବିଜେପିର ‘ଜନସମ୍ପର୍କ ଅଭିଯାନ’, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ମାସେ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦଳର ‘ମହା ଜନସମ୍ପର୍କ ଅଭିଯାନ’ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ‘ଜନସମ୍ପର୍କ ଅଭିଯାନ’ ମାସେ ବ୍ୟାପି ଜୁନ୍ ୩୦ ଯାଏ ଚାଲିବ । ମୋଦି ସରକାରଙ୍କ ୯ ବର୍ଷର ଉପଲବ୍ଧିକୁ ଦଳ ‘ଜନସମ୍ପର୍କ ଅଭିଯାନ’ ମାଧ୍ୟମରେ ଲୋକ ଓ ଗଣମାଧ୍ୟମରେ ପହଞ୍ଚାଇବ ।

ଓଡ଼ିଶାରେ ଦଳ ୩ କୋଟି ପରିବାର ନିକଟରେ ‘ଜନସମ୍ପର୍କ ଅଭିଯାନ’ ମାଧ୍ୟମରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୩୬ ହଜାର ୬୦୬ ବୁଥରେ ପହଞ୍ଚିବା ସହ ଏଥିରେ ଦଳର ୫ ଲକ୍ଷ କର୍ମକର୍ତ୍ତା ସାମିଲ୍ ହେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

‘ଜନସମ୍ପର୍କ ଅଭିଯାନ’ରେ ସାମିଲ୍ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ମନମୋହନ ସାମଲ । କେନ୍ଦ୍ରୀୟ ନେତା ଓ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ୨୦୧୪ରୁ ମୋଦି ସରକାର ହାସଲ କରିଥିବା ସଫଳତା ବିଷୟରେ କହିବେ ।

ଦଳ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ କରାଯିବାକୁ ଥିବା ବେଳେ ୫ ଲକ୍ଷ କାର୍ଯ୍ୟକର୍ତ୍ତା ଘର ଘର ବୁଲିବେ ଏବଂ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍ ।

Leave A Reply

Your email address will not be published.