Latest Odisha News

BREAKING NEWS

କୁକୁର ବିକ୍ରି କରି ଅନାହାର ଦୂର କରିବେ କିମ ଜୋଙ୍ଗ !

ହୁଇଚୋନ: ସାରା ବିଶ୍ୱକୁ ପରମାଣୁ ବୋମା ଓ ମିସାଇଲ ଆକ୍ରମଣ ଧମକ ଦେଉଥିବା ଉତରକୋରିଆର ଶାସନ କିମ ଜୋଙ୍ଗ ଏବେ ଦେଶ ଚଳାଇବାରେ ଅସମର୍ଥ ହୋଇ ପଡିଛନ୍ତି । ବିଭିନ୍ନ ଦେଶ ପ୍ରତିବନ୍ଦ ଲଗାଇବା ପରେ କରୋନା ଯୋଗୁ ସୀମା ସିଲ କରାଯାଇଛି । ଫଳରେ ଏଠାକାର ଲୋକ ଅନାହରରେ ମୃତ୍ୟୁବରଣ ଆରମ୍ଭ କରିଛନ୍ତି । ଏହାକୁ ଦେଖି କିମ ଜୋଙ୍ଗ ଦେଶରେ ଥିବା ପୋଷା କୁକୁର ବଡ ବଡ ହୋଟେଲ ଓ ରେଷ୍ଟୁରାଂଟକୁ ବିକ୍ରି ଅନାହର ଦୂର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଏହି ଖବର ଦକ୍ଷିଣ କୋରିଆର ଏକ ଖବରକାଗଜରେ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଉତରକୋରିଆରେ କୁକୁର ମାଂସର ଚାହିଦା ଅଧିକ । ତେବେ ତାଙ୍କର ଏହି ନିଷ୍ପତିକୁ ପୋଷା କୁକୁରର ମାଲିକମାନେ ନାପସନ୍ଦ କରିଥିଲେ ମଧ୍ୟ ସେମାନଙ୍କ ନିକଟରେ ଏହାର ବିକଳ୍ପ କିଛି ନାହିଁ । ଏକଚ୍ଛତ୍ରବାଦ ଶାସକର କଥା ମାନିବାକୁ ସେମାନେ ବାଧ୍ୟ ।

Leave A Reply

Your email address will not be published.