Latest Odisha News

BREAKING NEWS

[ଭାଇରାଲ ଭିଡିଓ] କାହିଁକି ଗଣେଶ ମୂର୍ତ୍ତିଗୁଡିକୁ କଚାଡି ଭାଙ୍ଗିଲେ ମହିଳା

ଭୁବନେଶ୍ୱର: ଗଣେଶ ଚତୁର୍ଥୀକୁ ଆଉ ଦିନ କେଇଟା ବାକି । ଏଥି ପାଇଁ ବଜାରରେ ଗଣେଶଙ୍କର ଭଳିକି ଭଳି ମୂର୍ତ୍ତି ମିଳିଲାଣି । କିନ୍ତୁ ବାହାରିନର ମନାମାର ଜୁଫେୟାର ଅଂଚଳର ଏକ ସୁପର ମାର୍କେଟରେ ଗଣେଶ ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଅଜବ ଚିତ୍ର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୁପର ମାର୍କେଟରେ ୫୪ ବର୍ଷୀୟ ବୁୁର୍ଖା ପିନ୍ଧା ମହିଳା ଜଣଙ୍କ ହଠାତ୍ ଉତକ୍ଷୀପ୍ତ ହୋଇପଡିଥିଲେ । କେହି କିଛି ବୁଝିବା ପୂର୍ବରୁ ଦୋକାନର ଥାକରେ ରଖାଯାଇଥିବା ବିଭିିନ୍ନ ସାଇଜର ଗଣେଷଙ୍କ ମୂର୍ତ୍ତିଗୁଡିକୁ ତଳେ ପକାଇ ଗୁଣ୍ଡ କରିଦେଇଥିଲେ ।

ତେବେ ଏହି ମହିଳା ଜଣଙ୍କ ଏମିତି କରୁଛନ୍ତି କାହିଁକି । ଏହାର କାରଣ ବି ନିଜେ କହିଥିଲେ ମହିଳା । ସେ କହିଥିଲେ ‘ଏହା ଗୋଟିଏ ମୁସଲିମ୍ ଦେଶ ।’ ଅର୍ଥାତ ମୁସଲିମ୍ ଦେଶରେ ହିନ୍ଦୁ ମୂର୍ତ୍ତି ବିକ୍ରିକୁ ସେ ବିରୋଧ କରୁଥିଲେ । ପାଖରେ ଥିବା ଅନ୍ୟ ଜଣେ ମହିଳା ବି କହୁଥିଲେ, ‘ଦେଖିବା ଏହାକୁ କିଏ ପୂଜା କରିବ । ଡାକ ପୋଲିସକୁ ।’

ଦୋକାନରେ ପଶି ଭଙ୍ଗାରୁଜା କରିବା ଓ ଧର୍ମୀୟ ଭାବନା ପରମ୍ପରାକୁ ଆଘାତ କରିଥିବା ଅଭିଯୋଗରେ କ୍ୟାପିଟାଲ ପୋଲିସ ମହିଳାଙ୍କୁ ଗିରଫ କରିଥିଲା । ଏପରିକି ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଥିବା ବାହାରିନ ଗୃହ ବିଭାଗ ପକ୍ଷରୁ ଟ୍ୱିଟ୍‌ରେ ସୂଚନା ଦିଆଯାଇଛି ।

ସେପଟେ ରାଜପରିବାରର ଉପଦେଷ୍ଟା ଅହମ୍ମଦ ଅଲ ଖଲିଫା ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ।
ବାହାରିନର ଲୋକ ସଂଖ୍ୟା ପ୍ରାୟ ୧୩ ଲକ୍ଷ ହୋଇଥିବା ସେମାନଙ୍କ ମଧ୍ୟରେ ୪ ଲକ୍ଷ ଭାରତୀୟ ଅଛନ୍ତି ।

Leave A Reply

Your email address will not be published.