Latest Odisha News

BREAKING NEWS

ଆଣବିକ ଆକ୍ରମଣ କରିବ ନର୍ଥ କୋରିଆ! 

ସିଓଲ: ଯଦି ରାଷ୍ଟ୍ରର ସ୍ବାର୍ଥରେ ଆଞ୍ଚ ଆସେ ବା ସେଭଳି ପରିସ୍ଥିତି ଉପୁଜେ ତେବେ ଆଣବିକ ଆକ୍ରମଣ କରିବାକୁ ନର୍ଥ କୋରିଆ ପଛଘୁଞ୍ଚା ଦେବ ନାହିଁ ବୋଲି କହିଛନ୍ତି ଶାସକ କିମ୍ ଜଙ୍ଗ ଉନ । ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ବା ଆଇସିବିଏମର ଲଞ୍ଚିଂ ଡ୍ରିଲ ଅବକାଶରେ ମିଲିଟାରୀର ମିସାଇଲ ବ୍ୟୁରୋକୁ ଉଦବୋଧନ ଦେଇ କିମ ଜଙ୍ଗ ଉନ୍ ଏହା କହିଛନ୍ତି।

ଦେଶର ସାର୍ବଭୌମତ୍ବର ସୁରକ୍ଷା ଲାଗି ନର୍ଥକୋରିଆ ସର୍ବଦା ପ୍ରସ୍ତୁତ । ଯଦି ନର୍ଥକୋରିଆର ସାର୍ବଭୌମତ୍ବ ଉପରେ କୌଣସି ଚାଲେଞ୍ଜ ଆସେ କିମ୍ବା ସେପରି ସ୍ଥିତି ସୃଷ୍ଟି କରାଯାଏ ତେବେ ଆଣବିକ ଅସ୍ତ୍ରର ଉପଯୋଗ କରିବାକୁ ତାଙ୍କ ଦେଶ ପଛାଇବ ନାହିଁ । ନର୍ଥକୋରିଆର ଆଣବିକ କାର୍ଯ୍ୟକ୍ରମ ନେଇ ଆମେରିକା ଓ ଏହାର ମିତ୍ରରାଷ୍ଟ୍ର ସର୍ବଦା ଟାର୍ଗେଟ କରୁଥିବାବେଳେ ନର୍ଥକୋରିଆର ଏହି ଘୋଷଣା ହୃତକମ୍ପ ସୃଷ୍ଟି କରିଛି । ନିଜର ଆଣବିକ ତାକତର ପରୀକ୍ଷା ଲାଗି ଗତ ସପ୍ତାହରେ ନର୍ଥକୋରିଆ ଅତ୍ଯାଧୁନିକ ଆଇସିବିଏ ଟେଷ୍ଟ କରିଥିବା ସୂଚନା ମିଳିଛି । ଏହାକୁ ନେଇ ଜାତିସଂଘ ନିରାପତ୍ତା ପରିଷଦ ବୈଠକକୁ ସମାଲୋଚନା କରିଛନ୍ତି କିମ୍ ।

ଗତବର୍ଷ ଆଣବିକ ନୀତିକୁ ନର୍ଥକୋରିଆ ଘୋଷଣା କରିଛି। ବର୍ତ୍ତମାନ ଏହାର ପ୍ରୟୋଗ ନେଇ ବାରମ୍ବାର ଧମକ ପାଶ୍ଚାତ୍ୟ ରାଷ୍ଟ୍ର ଲାଗି ଆହ୍ବାନ ସୃଷ୍ଟି କରିଛି । ଗତ ୨୦୨୨ରୁ ନର୍ଥକୋରଆ ୧୦୦ରୁ ଅଧିକ ବାଲିଷ୍ଟିକ ମିସାଇଲ ପରୀକ୍ଷା କରିସାରିଥିବା ଜଣାଯାଇଛି ।

Leave A Reply

Your email address will not be published.