Latest Odisha News

BREAKING NEWS

ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର

ପୁରୀ: ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେଣୁ ଏନେଇ ଆଜି ଶୁଭ ବେଳାରେ ବାହାରିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହୋଇଛି । ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ, ମା ବିମଳା, ମା ମଙ୍ଗଳା ଓ ଶେଷରେ ପଞ୍ଚୁ ପାଣ୍ଡବଙ୍କୁ ନିମନ୍ତ୍ରଣ ହୋଇଥିଲା ।

ଏହାପରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ପ୍ରାୟ ୧୦୦ ମନ୍ଦିରକୁ ଯିବ ନିମନ୍ତ୍ରଣ ପତ୍ର । ଯଜମାନ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଦେଶ ବିଦେଶରେ ରହିଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯିବ।

ତେବେ ମହାପ୍ରଭୁଙ୍କର ଏହି ମହାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଯୋରସୋରରେ ଆଗେଇ ଚାଲିଛି । ତେବେ ଏହି ପ୍ରତିଷ୍ଠା ଉତ୍ସବରେ ଆସନ୍ତା ୨୪ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଓ ଦେଶ ବାହାରୁ ବହୁ ଅତୀଥିଙ୍କୁ ନିମନ୍ତ୍ରଣ କରାଯିବ । ଏମିତିକି ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ମନ୍ଦିର, ଚାରି ଧାମ, ଚାରି ଶଙ୍କରାଚାର୍ଯ୍ୟ ଙ୍କୁ ନିମନ୍ତ୍ରଣ କରାଯିବ। ।

ତେବେ ନିମନ୍ତ୍ରଣ ପତ୍ର ସହିତ ଏକ ସ୍ୱତନ୍ତ୍ର କିଟ୍ ଦିଆଯିବ। ଓଡିଆ, ଇଂରାଜୀ ଓ ହିନ୍ଦୀ ଆଦି ତିନୋଟି ଭାଷାରେ ରହିବ। ଏଥିରେ ପରିକ୍ରମା ପ୍ରକଳ୍ପକୁ ନେଇ ତଥ୍ୟ ସମ୍ବଳିତ ଇନଫରମେସନ ବ୍ରୋଚର ରହିବ । ଏଥିରେ ପରିକ୍ରମା ପ୍ରକଳ୍ପ କଣ, ଭକ୍ତ ଓ ଦର୍ଶନାର୍ଥୀ ମାନେ କି ସୁବିଧା ପାଇବେ ସେ ସମ୍ପର୍କରେ ଅବଗତ ହୋଇପାରିବେ । ତେବେ ନିମନ୍ତ୍ରଣ ପତ୍ରରେ ଶ୍ରୀମନ୍ଦିରର ଓଲାଗି ହୋଇଥିବା ବାନା ଓ ମହାପ୍ରଭୁଙ୍କ ପ୍ରସାଦ ଆଦି କିଟ୍ ରେ ରହିବ। ଆସନ୍ତାକାଲି ଠାରୁ ନିମନ୍ତ୍ରଣ ପତ୍ର ବାଣ୍ଟିବା ଆରମ୍ଭ ହେବ ।

Leave A Reply

Your email address will not be published.