Latest Odisha News

୨୦୧୯ ଦିନିକିଆ ବିଶ୍ୱକପ: ଅମ୍ପାୟରଙ୍କ ଭୁଲ ଯୋଗୁ ନ୍ୟୁଜିଲାଣ୍ଡ ବଦଳରେ ଇଂଲଣ୍ଡ ହୋଇଥିଲା ଚାମ୍ପିୟନ !

ଲର୍ଡସ: ଆଇସିସି ଏଲିଟ ପ୍ୟାନେଲରୁ ନିକଟରୁ ଅବସର ଘୋଷଣା କରିଥିବା ଅମ୍ପାୟର ମାରାଇସ ଇରାସମସ ୨୦୧୯ ଦିନିକିଆ ବିଶ୍ୱକପକୁ ନେଇ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଫାଇନାଲରେ ମୁଁ ବଡ ଭୁଲ କରିବା ଯୋଗୁ ନ୍ୟୁଜିଲାଣ୍ଡ ବଦଳରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ଏହି ବିବାଦୀୟ ଫାଇନାଲ ଟାଇ ରହିବା ପରେ ସୁପର ଓଭର ମଧ୍ୟ ଫଳାଫଳଶୂନ୍ୟ ରହିଥିଲା । ଅଧିକ ବାଉଣ୍ଡରୀ ମାରିବା ଯୋଗୁ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ୫୦ତମ ଓଭରରେ ଇରାସମସ ଓ କୁମାର ଧର୍ମସେନା ଇଂଲଣ୍ଡକୁ ଓଭରଥ୍ରୋରେ ୬ ରନ ଦେଇ ନ ଥିଲେ ନ୍ୟୁଜିଲାଣ୍ଡ ଟାଇଟଲ ହାସଲ କରିଥାନ୍ତା । ଓଭରଥ୍ରୋ ବେଳେ ଦୁଇ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ରନ ନେଲାବେଳେ ପରସ୍ପରକୁ ଅତିକ୍ରମ କରି ନ ଥିଲେ । ଏହା ପ୍ରକୃତରେ ୫ ରନ ହେବା କଥା ।

ଦି ଟେଲିଗ୍ରାଫକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ମ୍ୟାଚ ପରଦିନ ସକାଳେ କୁମାରଙ୍କୁ ଦେଖି କହିଥିଲି ଆମେ ଗୋଟେ ମସ୍ତବଡ ଭୁଲ କରିଦେଇଛେ । ସେ ମଧ୍ୟ ଏହା ସ୍ୱୀକାର କରିଥିଲେ । ଏହା ସତ୍ୱେ ଇରାସମସ ଜଣେ ଭଲ ଅମ୍ପାୟର । ସେ ୧୨୭ ଟେଷ୍ଟ, ୧୯୨ ଦିନିକିଆ ଓ ୬୧ ଟି୨୦ ମ୍ୟାଚରେ ଅମ୍ପାୟରିଂ ଦାୟିତ୍ୱ ସୂଚାରୁରୂପେ ତୁଲାଇଛନ୍ତି । ମୋ ଯୋଗୁ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇ ପାରି ନ ଥିଲା । ଏହା ଜୀବନ ଯାକ ମୋତେ ଅସୁବିଧାରେ ପକାଇବ ବୋଲି ସେ କହିଛନ୍ତି ।

Comments are closed.