Latest Odisha News

କୋହଲି, ରୋହିତ ନୁହେଁ ଏହି ଯୁବ ଖେଳାଳିଙ୍କୁ କରାଯାଇଛି ବେଶୀ ସର୍ଚ୍ଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ତୁଳନାରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚଳିତ ବର୍ଷ ବେଶୀ ସର୍ଚ୍ଚ କରାଯାଇଛି । ୧୪ ବର୍ଷୀୟ ବୈଭବଙ୍କୁ କ୍ରିକେଟପ୍ରେମୀଙ୍କୁ ବେଶୀ ସର୍ଚ୍ଚ କରିଛନ୍ତି । ଆଇପିଏଲ ୨୦୨୫ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ବୈଭବଙ୍କୁ ୧.୧ କୋଟି ଟଙ୍କା କିଣିଥିଲେ । ଏହା ପରେ ସେ ବେଶୀ ଚର୍ଚ୍ଚିତ ହୋଇ ପଡିଥିଲେ । ୭ଟି ମ୍ୟାଚରେ ୨୫୨ ରନ କରି ସେ ସମସ୍ତଙ୍କୁ ଚକିତ କରିବା ସହ କ୍ରିକେଟ ଦୁନିଆରେ ପରିଚିତ ଚେହେରା ସାଜିଛନ୍ତି । ଗୁଜରାଟ ଟାଇଟାନ୍ସ ବିପକ୍ଷରେ ସେ ମାତ୍ର ୩୫ ବଲରେ ଶତକ ହାସଲ କରିଥିଲେ ।

ଏହି ତାଲିକାରେ ବୈଭବଙ୍କ ପଛକୁ ଅନ୍ୟ ଦୁଇ ଯୁବ ଖେଳାଳି ରହିଛନ୍ତି । ସେମାନେ ହେଲେ ପ୍ରିୟାଂଶ ଆର୍ଯ୍ୟ ଓ ଅଭିଷେକ ଶର୍ମା । ପ୍ରିୟାଂଶ ୧୭ ମ୍ୟାଚରେ ୪୭୫ ରନ କରିଥିଲେ । ଚେନ୍ନାଇ ବିପକ୍ଷରେ ସେ ଶତକ ହାସଲ କରିଥିଲେ । ବିଶ୍ୱର ଏକ ନମ୍ବର ଟି୨୦ ଖେଳାଳି ଅଭିଷେକ ତୃତୀୟ ସ୍ଥାନରେ ରହିଛନ୍ତି । ଯୁବ ପିଢ଼ୀ ଧୀରେ ଧୀରେ ଅଭିଜ୍ଞ ଖେଳାଳିଙ୍କ ବଦଳରେ ନୂଆ ଷ୍ଟାରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହିଁଛନ୍ତି ।

Leave A Reply

Your email address will not be published.