Latest Odisha News

BREAKING NEWS

ମାର୍ଚ୍ଚ ୩୧ ସୁଦ୍ଧା (ପାନ୍‌)କୁ ଆଧାର ସହ ସଂଯୋଗ ନକଲେ ଅବୈଧ ହୋଇଯିବ (ପାନ୍‌)!

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଆଧାର କାର୍ଡ ସହିତ ସଂଯୋଗ ନକଲେ ଆପଣଙ୍କୁ ଏତିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଏଥିପାଇଁ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ। କେବଳ ସେତିକି ନୁହେଁ ଏଥିପାଇଁ ଆପଣଙ୍କର ପାନ୍ ମଧ୍ୟ ଅବୈଧ ହୋଇପାରେ।

ମଙ୍ଗଳବାର ଦିନ ଲୋକସଭା ଦ୍ବାରା ପାରିତ ହୋଇଥିବା ଅର୍ଥ ବିଲ୍, ୨୦୨୧ ରେ ଉପସ୍ଥାପିତ ହୋଇଥିବା ଏକ ନୂତନ ସଂଶୋଧନର ଏହା ଏକ ଅଂଶ। ଫାଇନାନ୍ସ ବିଲ୍, ୨୦୨୧ ପାସ କରିବାବେଳେ, ସରକାର ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଆଧାର କାର୍ଡ ସହିତ ପ୍ୟାନ୍ ସଂଯୋଗ ନଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଆୟକର ଅଧିନିୟମ, ୧୯୬୧ରେ ଏକ ନୂତନ ବିଭାଗ (ଧାରା ୨୩୪ ଏଚ୍) ଭର୍ତ୍ତି କରିଥିଲେ।

ଜରିମାନା ରାଶି ୧୦୦୦ ରୁ କମ୍ ହୋଇପାରେ କିନ୍ତୁ ଆଇନ ଅନୁଯାୟୀ ଏହା ଅଧିକ ହେବ ନାହିଁ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପାନ୍ ଏବଂ ଆଧାର କାର୍ଡକୁ ଲିଙ୍କ୍ କରିବାରେ ବିଫଳ ହୋଇଥିବା ବ୍ୟକ୍ତିଙ୍କଠାରୁ ସରକାର କେତେ ଜୋରିମାନା ଆଦାୟ କରିବେ ତାହା ସରକାର ନିର୍ଦ୍ଦିଷ୍ଟ କରିବେ।

ଜରିମାନା ବ୍ୟତୀତ, ଜଣେ ବ୍ୟକ୍ତିଙ୍କ ପାନ୍ ମଧ୍ୟ କାର୍ଯ୍ୟକ୍ଷମ ହେବ ନାହିଁ। ଏପରି ପରିସ୍ଥିତିରେ, ଜଣେ ବ୍ୟକ୍ତି ଆର୍ଥିକ କାରବାର କରିବାକୁ ସମର୍ଥ ହେବେ ନାହିଁ।

Leave A Reply

Your email address will not be published.