Latest Odisha News

BREAKING NEWS

କାଲି ଭାରତ ବନ୍ଦ ଡକରା ଦେଇଛି କୃଷକ ସଂଗଠନ: ଠପ୍ ହୋଇଯିବ ସାରା ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡକରା ଦେଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡକରା ଦେଇଛି । କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିବେ ଚାଷୀ ସଂଗଠନ । ଦେଶବ୍ୟାପୀ ବନ୍ଦ ରହିବ ପରିବହନ ସେବା । ଗାଡ଼ିମୋଟର, ରେଳ ଚଳାଚଳ ବନ୍ଦ ରହିବ । ଦୋକାନ ବଜାର ବନ୍ଦ ରହିବ । ଠପ୍ ହେବ ସାଧାରଣ ଜୀବନଯାତ୍ରା ।

ଗତ ଚାରି ମାସ ହେବ ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଛନ୍ତି କୃଷକ ସଂଗଠନ । ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି । ଆସନ୍ତାକାଲିର ଭାରତ ବନ୍ଦରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ଅପିଲ୍ କରିଛି କୃଷକ ସଂଗଠନ ।

ବ୍ୟବସାୟୀ ସଂଗଠନ, ଟ୍ରେଡ୍ ୟୁନିୟନ, ଟ୍ରକ୍ ୟୁନିୟନ, ବସ୍ ୟୁନିୟନ ଆନ୍ଦୋଳନକୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି । ବନ୍ଦ ପାଳନକୁ ବିଭିନ୍ନ ସଂଗଠନର ସମର୍ଥନ ମିଳିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ତେବେ ବିଧାନସଭା ନିର୍ବାଚନ ଥିବା ୫ଟି ରାଜ୍ୟରେ ବନ୍ଦ ପାଳନକୁ ବାଦ ଦିଆଯାଇଛି ।

ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରାଯାଇଥିଲା । କେନ୍ଦ୍ର ଓ କୃଷକ ସଂଗଠନ ମଧ୍ୟରେ ଦଶ ଦଶ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍ପର୍ଷ ବାହାରି ପାରିନି । ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ ।

Leave A Reply

Your email address will not be published.