Latest Odisha News

BREAKING NEWS

ୱାର ୨ରେ ବବି ଦେଓଲଙ୍କ ଏଂଟ୍ରି ନେଇ ଚର୍ଚ୍ଚା

ମୁମ୍ବାଇ: ୨୦୨୫ରେ ୱାର ୨ ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ୟଶରାଜ ସ୍ପାଇ ୟୁନିଭର୍ସର ୱାର ୨ରେ ହ୍ରିତିକ ରୋଶନ ଓ ଜୁନିୟର ଏନଟିଆରଙ୍କୁ ଏକତ୍ର ଦେଖିବାକୁ ମିଳିବ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ପୂର୍ବରୁ କୁହାଯାଉଥିଲା ଏଜେଂଟ ପଠାନ ଓ ଟାଇଗର ଶେଷ ଦୃଶ୍ୟରେ ଦେଖିବାକୁ ମିଳିବେ । ମାତ୍ର ଏବେ ନୂତନ ରିପୋର୍ଟ ଅନୁସାରେ ବବି ଦେଓଲଙ୍କ ଏଂଟ୍ରି ହେବ । ଏହା ମାଧ୍ୟମରେ ସ୍ପାଇ ୟୁନିଭର୍ସରେ ବବିଙ୍କ ଏଂଟ୍ରି ହେବ । ଏହା ପରେ ପରବର୍ତୀ ଅଧ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

ଆଦିତ୍ୟ ଚୋପ୍ରା ତାଙ୍କର ୩ ସୁପରଷ୍ଟାର୍ସଙ୍କୁ ଯୋଜନା ମୁତାବକ ଏକତ୍ର କରାଯାଉଛନ୍ତି । ଦୁଇ ମହିଳା ସ୍ପାଏ ଆଲିୟା ଭଟ୍ଟ ଓ ଶାରବରୀଙ୍କ ବଦଳରେ ବବିଙ୍କୁ ଆଗ ସାମିଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଆୟନ ମୂର୍ଖାଜୀ ୱାର ୨ର ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ୱାଇଆରଏଫ ସ୍ପାଇ ୟୁନିଭର୍ସର ଷଷ୍ଠ ଫିଲ୍ମ । ଅଗଷ୍ଟ ୧୪ରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଏହା ରିଲିଜ ହେବ ।

Comments are closed.