Latest Odisha News

BREAKING NEWS

ସାମ୍ନାକୁ ଆସିଲା ଅତିକ ହତ୍ୟାକାଣ୍ଡର ବଡ ଖୁଲାସା: ଘଟଣାସ୍ଥଳରେ ୩ ନୁହେଁ ଥିଲେ ଅଧିକ ଶୁଟର

ଲକ୍ଷ୍ନୌ: ଅତିକ ଅହମଦର ହତ୍ୟାକାଣ୍ଡର ବଡ ଖୁଲାସା । ଅତିକ ଓ ତାଙ୍କ ଭାଇ ଅସରଦଙ୍କୁ ୩ ଜଣ ଶୁଟର ହତ୍ୟା କରି ନ ଥିଲେ । ଅଧିକ ସୁଟର ଏହି ଘଟଣାରେ ସାମିଲ ହୋଇଥିଲେ । ହେଲେ ସେମାନେ ସୁବିଧା ଦେଖି ଖସି ଯିବାରେ ସଫଳ ହୋଇଥିଲେ । ଏମିତି ଚମକାଇ ଦେଲା ପରି ଖବର ଏବେ ସାମ୍ନାକୁ ଆସିଛି ।

ଅତିକ ହତ୍ୟାକାଣ୍ଡର ଲାଇଭ ସିନରୁ ଯାହା ଦେଖିବାକୁ ମିଳିଥିଲା ୩ ଜଣ ଶୁଟର ଘଟଣାସ୍ଥଳରେ ଥିଲେ । ୩ ଆତତାୟୀଙ୍କ ଗୁଳିରେ ଅତିକ ଓ ଅଶରଫ ଟଳି ପଡିବା ପରେ ଏହି ତିନିଜଣଙ୍କୁ ମାଡି ବସିଥିଲା ପୁଲିସ । ହେଲେ ହତ୍ୟାକାଣ୍ଡ ଘଟାଇବା ପାଇଁ ୩ ନୁହେଁ ୫ ଶୁଟର ଆସିଥିଲେ ।  ଆଉ ୨ ଜଣ ଶୁଟର  ବାହାରେ ଥିଲେ । ସେମାନଙ୍କୁ ବ୍ୟାପଅପ ପାଇଁ ରଖାଯାଇଥିଲା । ଯଦି ଏହି ୩ ଶୁଟର ଦୁଇ ଭାଇଙ୍କୁ ମାରିବାରେ ବିଫଳ ହୋଇଥାନ୍ତେ ତେବେ ଏହି ବ୍ୟାକ ଅପ ସୁଟର ଏହାକୁ କରିଥାନ୍ତେ । ହେଲେ ତିନି ଶୁଟରଙ୍କ ଗୁଳିରେ ଅତିକ-ଅଶରଫଙ୍କ ମୃତ୍ୟୁ ଘଟିବା ପରେ ଘଟଣାସ୍ଥଳରେ ହୋ-ହଲ୍ଲା ଆରମ୍ଭ ହୋଇ ଯାଇଥିଲା । ଏହି ମୌକା ଦେଖି ବ୍ୟାକ ଅପରେ ଥିବା ୨ ଶୁଟର ଖସି ପଳାଇଥିଲେ ।

ଏବେ ଏସଆଇଟି ଟିମ ଏହି ଦୁଇ ଶୁଟରଙ୍କୁ ଖୋଜୁଛି । ଏବେ ଏସଆଇଟି ଟିମ ଏହି ଦୁଇ ଶୁଟରଙ୍କୁ ଖୋଜୁଛି । ପୋଲିସ କାଲ୍ୱିନ ହସ୍ପିଟାଲ ବାହାରେ ଲାଗିଥିବା ସିସିଟିଭିକୁ ଜବତ କରିଛି ।  ଏଥିରୁ ପୋଲିସ କ’ଣ ଯାଞ୍ଚ କରିବାକୁ ଚାହୁଁଛି ତାହା ଜଣାପଡି ନାହିଁ । ତେବେ ଏହି ହତ୍ୟା ଘଟଣାରେ ଏସଆଇଟିକୁ ବଡ ସଫଳତା ମିଳିଛି । ଯେଉଁ ହୋଟେଲରେ ହତ୍ୟାକାରୀ ରହୁଥିଲେ ଏସଆଇଟି ଟିମ ସେଠାରେ ପହଞ୍ଚି ଛାନଭିନ କରିଛି ।

Comments are closed.