Latest Odisha News

ବିଶିଷ୍ଟ ଭାଷାବିତ୍ ପ୍ରଫୁଲ୍ଲ ତ୍ରିପାଠୀ ପାଇଲେ ଓଡ଼ିଆ ଅସ୍ମିତା ସମ୍ମାନ- ୨୦୨୪

ଭୁବନେଶ୍ୱର : ‘ଆମ ଓଡ଼ିଶା’ ଅନୁଷ୍ଠାନର ୨୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୁଲାଇ ୧୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିରର ନୂତନ ସଭାଗାରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବରିଷ୍ଠ ଭାଷାବିତ୍ ତଥା ସାହିତ୍ୟିକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ଓଡ଼ିଶା ଅସ୍ମିତା ସମ୍ମାନ -୨୦୨୪ ପ୍ରଦାନ କରାଯାଇଛି। ଏହି ଅବସରରେ ‘ସମ୍ବାଦ’ର ପ୍ରାକ୍ତନ ସମ୍ପାଦକ ତଥା ‘ଆମ ଓଡ଼ିଶା’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ଅସ୍ମିତା ସମ୍ମାନ ପ୍ରଦାନ କରି କରିଥିଲେ।

ଭାଷାର ସେବା କରିବା ପାଇଁ ଆଦ୍ୟ ପ୍ରେରଣା ଗୁରୁ ହଳଧର ପଣ୍ଡାଙ୍କଠାରୁ ପାଇଥିଲେ। ସାହିତ୍ୟ ଯୋଗୁଁ କୌଣସି ଭାଷା ବଡ଼ ହୁଏନାହିଁ; ଏଥିପାଇଁ ଏହାର ପ୍ରାୟୋଗିକ ବ୍ୟବହାର ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ ।

ଲୋକେ ଏବେ ତଥାକଥିତ ‘ଫାଇଭ୍-ଟି’କୁ ଭୁଲିଗଲେଣି। ଏଣୁ ଏଥର ପାଞ୍ଚଟି ‘ମ’କାର, ଯଥା ମା, ମାଟି, ମାତୃଭାଷା, ମୋବାଇଲ୍-ମୁକ୍ତି ଓ ମଦ-ମୁକ୍ତିକୁ ଆଧାର କରି ‘ଆମ ଓଡ଼ିଶା’ ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ‘ସମ୍ବାଦ, ଆମ ଓଡ଼ିଶା ଦାତବ୍ୟ ନ୍ୟାସ’ର ସମ୍ପାଦକ ଅରବିନ୍ଦ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ମୁଖ୍ୟ ଅଥିଥି ଭଗବାନ ପ୍ରକାଶ ଓ ସମ୍ବର୍ଦ୍ଧିତ ପ୍ରତିଭା ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ସଭାରେ ବହୁ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ।

Comments are closed.