Latest Odisha News

BREAKING NEWS

ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକ

ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକ । ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ସେ ଅସ୍ଥିମଜ୍ଜା କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇଥିଲେ । ବହୁ ଦିନରୁ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ ଲଳିତ ନାୟକ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଛାତ୍ର ଜୀବନରୁ ଜଣେ ରକ୍ତଦାତା ପ୍ରବର୍ତ୍ତକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ ଲଳିତ ନାୟକ । ୮୦ରୁ ଅଧିକ ଥର ରକ୍ତଦାନ କରି ତତ୍‌କାଳୀନ ଓଡ଼ିଶା ରାଜ୍ୟପାଳଙ୍କଠାରୁ ସେ ପୁରସ୍କୃତ ହୋଇଥିଲେ । ପ୍ରାୟ ୧୫୦ ୟୁନିଟ୍‌ ରକ୍ତଦାନ କରି ସାରିଥିଲେ ଲଳିତ ନାୟକ ।

ସାମଜର ଦଳିତ, ଗରିବ, ଖଟିଖିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେ଼ଇ କରୁଥିଲେ ଲଳିତ ନାୟକ । ୪୦ରୁ ଅଧିକ ଶ୍ରମିକ ସଂଗଠନର ସଭାପତି ଭାବରେ ସେମାନଙ୍କ ହକ୍‌ ପାଇଁ ସେ ଲଢେ଼ଇ ଜାରି ରଖିଥିଲେ ।

Leave A Reply

Your email address will not be published.