Latest Odisha News

ଜେସିବି ଇଞ୍ଜିନ ଭିତରୁ ୨ ଟି ଅଜଗର ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗ୍ରାମ ନୂଆ ବନ୍ଧ ନିକଟରୁ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି । ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଲା ଯାଉଥିଲା । ଉକ୍ତ ନାଳ ଖୋଲିବା ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଚାଲି ଆସିଥିଲେ ।

ସୂଚନାନୁସାରେ, ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡିର ଶୁଣ୍ଢରେ ଦାବି ରଖିଥିଲେ । ଅନ୍ୟ ଗୋଟିଏ ସାପ ଗାଡିର ଇଞ୍ଜିନ ମଧ୍ୟରେ ପ୍ରବେଶ କରିଥିଲା । ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଜଣାଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଞ୍ଚି ୨ ସାପଙ୍କୁ ଉଦ୍ଧାର କରିଛନ୍ତି।

ଅଜଗର ୨ ଟିଙ୍କୁ ସ୍ଥାନୀୟ ବନ ବିଭାଗ କୁ ହସ୍ତାନ୍ତର କରିଦିଆଯାଇଛି । ଆଜି ସକାଳେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବା ନେଇ ବନବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.