Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୨୧୬୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୨୧୬୫ ଆକ୍ରାନ୍ତ । ନଳଆପଡ଼ାରୁ ସର୍ବାଧିକ ୪୧୦ ଜଣ ସୁସ୍ଥ ହୋଇଥିବା ବେଳେ,ସୁନ୍ଦରଗଡ଼ରୁ ୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଅନ୍ୟ ଜିଲ୍ଲା କଥା ଯଦି ନଜର ପକାଇବା, ତେବେ ଖୋର୍ଦ୍ଧାରୁ ୧୯୮, ସମ୍ବଲପୁରରୁ ୧୧୪, କେନ୍ଦୁଝରରୁ ୯୮, ନବରଙ୍ଗପୁରରୁ ୯୬, ବଲାଙ୍ଗିରରୁ ୯୦, ବରଗଡ଼ରୁ ୭୯, ବାଲେଶ୍ବରରୁ ୭୮, ଝାରସୁଗୁଡ଼ାରୁ ୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହପରି ପୁରୀରୁ ୭୦ ଜଣ ସୁସ୍ଥ ହୋଇଥିବା ବେଳେ, କଳାହାଣ୍ଡିରୁ ୬୫, ମୟୂରଭଞ୍ଜରୁ ୬୦, କଟକରୁ ୫୯, ଦେବଗଡ଼ରୁ ୫୧, ଯାଜପୁରରୁ ୫୦, ଗଞ୍ଜାମରୁ ୪୯, ଅନୁଗୁଳରୁ ୪୮, ଭଦ୍ରକରୁ ୩୦, ଗଜପତିରୁ ୨୮, ରାୟଗଡ଼ାରୁ ୨୪, ଜଗତସିଂହପୁରରୁ ୨୧, ସୋନପୁରରୁ ୧୯, କେନ୍ଦ୍ରାପଡ଼ାରୁ ୧୮, ନୟାଗଡ଼ରୁ ୧୫, ବୌଦ୍ଧ ଓ କୋରାପୁଟରୁ ୧୦ ଜଣ ଲେଖାଏଁ, କନ୍ଧମାଳରୁ ୮, ଢ଼େଙ୍କାନାଳ ଓ ମାଲକାନଗିରିରୁ ୫ ଜଣ ଲେଖାଏଁ, ଷ୍ଟେଲ ପୁଲରୁ ୪୬ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୫୩ ହଜାର ୫୫୧ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.