ଫାରୁକ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ:’ଅପରେସନ ସିନ୍ଦୂରରେ କିଛି ଲାଭ ହେଲାନି…ଡାକ୍ତରମାନଙ୍କୁ ପଚାରନ୍ତୁ କାହିଁକି ଏହି ରାସ୍ତା ବାଛିଲେ’
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି)ର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା (Farooq Abdullah)ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଅପରେସନ ସିନ୍ଦୂର (Operation Sindoor)ସମ୍ପର୍କରେ ସେ କହିଥିଲେ ଯେ ଏହି ଅପରେସନରୁ କିଛି ହାସଲ ହୋଇନାହିଁ।
ଫାରୁକ ଅବଦୁଲ୍ଲା ଦାବି କରିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ‘ଅପରେସନ୍ ସିନ୍ଦୁର’ କୌଣସି ସକାରାତ୍ମକ ଫଳାଫଳ ଦେଇନାହିଁ ଏବଂ କେବଳ ଜୀବନ ଓ ସମ୍ପତ୍ତିର କ୍ଷତି କରିଛି। ସେ କହିଥିଲେ, “ମୁଁ ଆଶା କରୁଛି ଯେ ଅପରେସନ ସିନ୍ଦୁର ଭଳି କିଛି ହେବ ନାହିଁ। ଅପରେସନ ସିନ୍ଦୁର କୌଣସି ଫଳାଫଳ ଦେଇନାହିଁ। ଆମର ଲୋକଙ୍କ ପ୍ରାଣ ଗଲା । ଆମ ଦେଶର ସୀମା ସହ ସାଲିସ କରାଗଲା । ତେବେ ଉଭୟ ଭାରତ ଏବା ପାକିସ୍ତାନ ସମ୍ପର୍କରେ ସୁଧାର ଆସିବା ଦରକାର । ଏହା ହିଁ ସମାଧାନର ଏକମାତ୍ର ରାସ୍ତା ।”
ସେ କହିଛନ୍ତି ଯେ ଏପରି କାର୍ଯ୍ୟକଳାପର ପୁନରାବୃତ୍ତି କେବଳ ଦୁଇ ଦେଶ ଏବଂ ନିୟନ୍ତ୍ରଣ ରେଖା ମଧ୍ୟରେ ଶାନ୍ତିକୁ କ୍ଷତି ପହଞ୍ଚାଇବ। ସେ ଚେତାବନୀ ଦେଇଛନ୍ତି ଯେ ଶତ୍ରୁତା ଏବଂ ସାମରିକ ମନୋଭାବ ଦୀର୍ଘକାଳୀନ ଜାତୀୟ ସ୍ୱାର୍ଥ ପୂରଣ କରିପାରିବ ନାହିଁ।
ସେ ଭାରତ ଏବଂ ପାକିସ୍ତାନକୁ ଆଲୋଚନା ପୁଣି ଆରମ୍ଭ କରିବାକୁ ଏବଂ ସ୍ଥାୟୀ ଶାନ୍ତି ପାଇଁ କାମ କରିବାକୁ କହିଥିଲେ ।
ଫାରୁକ ଅବଦୁଲ୍ଲା ଦିଲ୍ଲୀ ବିସ୍ଫୋରଣ ଉପରେ ମଧ୍ୟ କହିଥିଲେ, “ପ୍ରତ୍ୟେକ କାଶ୍ମୀରୀଙ୍କ ଉପରେ ଆଙ୍ଗୁଠି ଉଠାଯାଉଛି। କେବେ ଏପରି ଦିନ ଆସିବ ଯେତେବେଳେ ସେମାନେ ସ୍ୱୀକାର କରିବେ ଯେ ଆମେ ଭାରତୀୟ? ଏଥିପାଇଁ ଆମେ ଦାୟୀ ନୁହେଁ। ଯେଉଁମାନେ ଘଟଣା ପାଇଁ ଦାୟୀ ସେମାନଙ୍କୁ ପ୍ରଶ୍ନ ପଚରାଯିବା ଦରକାର । ଅନେକ ଡାକ୍ତର ଆତଙ୍କବାଦୀ ଗତିବିଧିରେ ସାମିଲ ଅଛନ୍ତି । ଏହାର କାରଣ ଖୋଜିବା ଦରକାର ।
ଆହୁରି ମଧ୍ୟ ଶ୍ରୀନଗରର ନୌଗାମ୍ ପୋଲିସ ଷ୍ଟେସନ(Nowgam Blast)ରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ସେ କହିଛନ୍ତି, “ଏହା ଆମର ଦୋଷ। ଆମେ ସେମାନଙ୍କ ସହିତ କଥା ହେବା ଉଚିତ ଥିଲା ଯେଉଁମାନେ ଏହି ବିସ୍ଫୋରକଗୁଡ଼ିକୁ ଭଲ ଭାବରେ ବୁଝନ୍ତି ଏବଂ ସେଗୁଡ଼ିକୁ କିପରି ପରିଚାଳନା କରିବେ ତାହା ଜାଣନ୍ତି। ଜାଣିନଥିବା ଜିନିଷଗୁଡ଼ିକରେ ହସ୍ତକ୍ଷେପ କରିଲେ । ପରିଣାମ ଦେଖିଲେ: ନଅ ଜଣ ଲୋକ ପ୍ରାଣ ହରାଇଲେ। ସେଠାରେ ଘରଗୁଡ଼ିକର କ୍ଷତି ହୋଇଛି ।”
Comments are closed.