Latest Odisha News

BREAKING NEWS

କରୋନାର ନୂଆ XE ଭାରିଆଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଲେ ଏନଟିଏଜିଆଇ ମୁଖ୍ୟ ଏନ.କେ ଅରୋରା

 ଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ‘XE’ କୁ ନେଇ ଚାରି ଆଡେ ଭୟର ବାତା ବରଣ ଖେଳିଯାଇଥିବା ବେଳେ । ଏଥିପ୍ରତି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଏନଟିଏଜିଆଇ ମୁଖ୍ୟ ଏନକେ ଅରୋରା ପରାମର୍ଶ ଦେଲେ  । ‘XE’ ଭାରିଆଣ୍ଟ ପ୍ରଥମେ ମହାରାଷ୍ଟ୍ର ଓ ପରେ ଗୁଜୁରାଟରେ ଚିହ୍ନଟ ହୋଇଥିଲା ।

ଟେକ୍ନିକାଲ ଆର୍ଡଭାଇଜାରି ଗ୍ରୁଫ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ମୁଖ୍ୟ ଏନ କେ ଆରୋରା କହିଛନ୍ତି ଓମିକ୍ରନ ଭାରିଆଣ୍ଟର ଏକ୍ସ କୌଣସି କୌଣସି ମାରାତ୍ମକ ରୋଗ ସୃଷ୍ଟି କରିବା ନାହିଁ । ଭାରତର ଡାଟାକୁ ଦେଖିଲେ ଜଣାପଡୁଛି ଯେ ସଂକ୍ରମଣ ଏତେ ମାତ୍ରାରେ ବ୍ୟାପୁନାହିଁ ।  ଓମିକ୍ରନ୍ ଏକ୍ସ-ଇ ପରି ଅନେକ ନୂଆ ଭାରିଆଣ୍ଟ ସୃଷ୍ଟି କରିବ  ବୋଲି ସେ କହିଛନ୍ତି ।

ଏସବୁ ଭାରିଆଣ୍ଟ ମାରାତ୍ମକ ନୁହନ୍ତି । କୌଣସି ଗମ୍ଭୀର ରୋଗ ସୃଷ୍ଟି କରିବ ନାହିଁ । ଇଣ୍ଡିଆରେ ପ୍ରଥମେ ଏକ୍ସ ଇ ଭାରିଆଣ୍ଟ ମୁମ୍ବାଇରେ ଚିହ୍ନଟ ହୋଇଥିଲା । ମୁମ୍ବାଇର ବିଏମସି କନଫର୍ମ କରିଥିଲା ଯେ ଜଣେ ଭ୍ୟାକ୍ସିନ ନେଇଥିବା ୬୭ ବର୍ଷୀୟ ବ୍ୟକ୍ତିଙ୍କ ଦେହରେ ଏହି ଭାରିଆଣ୍ଟ ପରୀଲକ୍ଷିତ ହୋଇଥିଲା। ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ ହାର ହ୍ରାସ ପାଇଛି।

Leave A Reply

Your email address will not be published.