Latest Odisha News

BREAKING NEWS

କେଉଁଠି ରହିବେ କଟକର ଡେପୁଟି ମେୟର ଦମୟନ୍ତୀ ମାଝୀ ?

କଟକ: କଟକ ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍ । କଟକ ଜଗତପୁରରେ ରହୁଥିବା ଦମୟନ୍ତୀଙ୍କ ଘରେ ନୋଟିସ୍ ଲଗାଇଛି ଇଡକୋ । ଜଗତପୁରର ଯେଉଁ ବସ୍ତିରେ ସେ ପରିବାର ସହ ରହୁଥିଲେ ସେଠାରୁ ହଟି ଯିବା ପାଇଁ ଇଡକୋ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ମେ ୧୦ ତାରିଖ ସୁଦ୍ଧା ସଠାରୁ ନହଟିଲେ ଇଡକୋ ନିଜ ଢଙ୍ଗରେ ପଦକ୍ଷେପ ନେବ ବୋଲି ନୋଟିସରେ କୁହଯାଇଛି । ଦମୟନ୍ତୀ ଓ ସେଠାରେ ରହୁଥିବା ୨୦ରୁ ଅଧିକ ପରିବାର ପାଇଁ ଏହା ଏବେ ଚିନ୍ତାର କାରଣ ହୋଇଛି ।

ଦମୟନ୍ତ୍ରୀ ଡେପୁଟୀ ମେୟର ହେବା ପରେ ସେଠାରେ ତାଙ୍କ ପାଇଁ ଏକ ପକ୍କା ଘର ନିର୍ମାଣ ଆରମ୍ଭ ହୋଇଛି । ୨ ଦିନ ତଳେ ଜଗତପୁରସ୍ଥିତ କଟକ ଇଡ୍କୋ ଡିଭିଜନ୍ ମୁଖ୍ୟଙ୍କ ପକ୍ଷରୁ ପ୍ରାୟ ୪୦ ବର୍ଷ ଧରି ରହିଆସୁଥିବା ୨୦ ପରିବାରକୁ ଉଚ୍ଛେଦ ପାଇଁ ନୋଟିସ୍ କରାଯାଇଛି ।

Leave A Reply

Your email address will not be published.