Latest Odisha News

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏକ ଟ୍ବିଟ୍‌ କରି ‌ଲେଖିଛନ୍ତି, ‘ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅକ୍ଷୀମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି।’

ଅକ୍ଷୟ ତୃତୀୟା ବର୍ଷର ୪ଟି ଅତ୍ୟନ୍ତ ଶୁଭଙ୍କର ଦିନ ମଧ୍ୟରୁ ଅନ୍ୟତମ। ଅର୍ଥାତ ଏହି ଦିନରେ ବିନା କୌଣସି ଶୁଭ ମୁହୂର୍ତ୍ତରେ କେଉଁ ବି ସମୟରେ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା କରାଯାଇପାରେ। ବିବାହ, ବ୍ରତ, ଗୃହପ୍ରବେଶ ଆଦି ସମସ୍ତ ମାଙ୍ଗଳିକ କାର୍ଯ୍ୟ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭଙ୍କର। ଚଳିତବର୍ଷ ମେ ୩, ଅର୍ଥାତ ଆସନ୍ତାକାଲି ଏହି ଶୁଭଦିନଟି ପଡୁଛି। ଏହି ଦିନରେ ‌ଲୋକେ ସୁନା, ରୂପା, ଜାଗା, ଘର, ଗାଡ଼ି ଆଦି କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ମାନିଥାନ୍ତି।

Leave A Reply

Your email address will not be published.