Latest Odisha News

BREAKING NEWS

ନୀଳଚକ୍ର ବାନା କାଢିବା ପ୍ରସଙ୍ଗ: ୩ ଜେଟିପି କର୍ମଚାରୀଙ୍କୁ ନୋଟିସ୍ ଜାରି

ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ଉପରୁ ଜଣେ ମାନସିକ ବିକୃତ ନାବାଳକ ମନ୍ଦିରର ବାନା କାଢିବା ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶସନ ଶୁକ୍ରବାର ଦିନ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ର ୩ ପୋଲିସ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛି । ସେମାନଙ୍କୁ ପ୍ରାୟ ୨ ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ ଏପ୍ରିଲ୍ ୨୦ ତାରିଖ ପ୍ରାୟ ସକାଳ ୮ଟା ୧୫ମି.ରେ ଭଦ୍ରକ ଜିଲ୍ଲାର ଜଣେ ନାବାଳକ ଶ୍ରୀମନ୍ଦିର ଉପରେ ଚଢି ନୀଳଚକ୍ର ଉପରୁ ପତିତପାବନ ବାନାକୁ କାଢି ଦେଇଥିଲେ ।

ଏହି ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶିମାନେ ତୁରନ୍ତ ମନ୍ଦିର ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ମନ୍ଦିର ସୁବେଦାର ଯୋଗେଶ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ନାବାଳକକୁ କାବୁ କରିଥିଲେ । ପରେ ଜଗନ୍ନାଥ ମନ୍ଦିର ପୋଲିସ ସମ୍ପୃକ୍ତ ନାବାଳକକୁ ସିଂହଦ୍ୱାର ପୋଲିସକୁ ହସ୍ତାନ୍ତର କରିଥିଲେ । ପରବର୍ତ୍ତୀ ସମୟରେ ଘଟଣା ସମ୍ପର୍କରେ ନାବାଳକକୁ ପଚରାଉଚରା ପରେ ଛାଡି ଦିଆଯାଇଥିଲା।

ସେବାୟତମାନେ ଏନେଇ ଅବଗତ ହେବା ପରେ କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିକଟରେ ଦାବି କରିଥିଲେ ।

Leave A Reply

Your email address will not be published.