Latest Odisha News

BREAKING NEWS

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ଫେରିଲେ ରାହୁଲ, ବିଳମ୍ବ ହୋଇପାରେ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଓଡିଶା ଗସ୍ତରେ ଆସି ପାଖାପାଖି ଦ୍ୱିପ୍ରହର ବେଳେ ବାଲେଶ୍ୱରରେ ଏକ ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି ଜନସଭାରେ ରାହୁଲ ବିଳମ୍ବରେ ଯୋଗ ଦେବେ ବୋଲି ଜଣାପଡିଛି ।

ଏନେଇ ଟ୍ୱିଟ୍ କରିଛନ୍ତି ରାହୁଲ ।

ନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଦିନ ରାହୁଲଙ୍କ ବାଲେଶ୍ୱର କାର୍ଯ୍ୟକ୍ରମ ଥିବାବେଳେ ଆଜି ସକାଳେ ପାଟନାରେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହେଉଛୁ ଏବଂ ବାଲେଶ୍ୱର ସଭାସ୍ଥଳରେ ପହଞ୍ଚିବା ବିଳମ୍ବ ହୋଇପାରେ ବୋଲି ରାହୁଲ ତାଙ୍କ ଟ୍ୱିଟର୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ରାହୁଲ ପାଖାପାଖି ୨ଟା ବେଳେ ବାଲେଶ୍ୱରରେ ପହଞ୍ଚି ରେମୁଣା ଠାରେ ଏକ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା ।

ଆହୁରି ମଧ୍ୟ ଛତିଶଗଡର ମନ୍ତ୍ରୀ ଟିଏସ୍ ସିଂହଦେଓ, ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ସୁଷ୍ମିତା ଦେବ, ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର କେଂ;ଗ୍ରସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ (ଓପିସିସି ସଭାପତିଙ୍କ ପୁତ୍ର) ଏବଂ କିଛି ବରିଷ୍ଠ ନେତାମାନେ ରେମୁଣା ସଭାରେ ଯୋଗଦେବେ ।

Leave A Reply

Your email address will not be published.