Latest Odisha News

ଓଟିଇଟି-୨୦୨୪ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ପରୀକ୍ଷା ତାରିଖ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୪ର ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

କାର୍ଯ୍ୟସୂଚୀ ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନେ ଜୁନ୍ ୨୪ରୁ ଜୁଲାଇ ୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନଲାଇନରେ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୯ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଆବେଦନ କେବଳ ଏହାର ଅଫିସିଆଲ ୱେବସାଇଟ www.bseodisha.ac.in ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ । ଜୁଲାଇ ୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ସାଇଟ୍ ଖୋଲା ରହିବ।

ପ୍ରାର୍ଥୀମାନେ ଫି’ ପୈଠ କରି ଜୁଲାଇ ୬ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଅନଲାଇନରେ ଆବେଦନ ଫର୍ମ ଦାଖଲ କରିପାରିବେ। କୌଣସି ପରିସ୍ଥିତିରେ ଆବେଦନ ଫର୍ମ ଦାଖଲର ଶେଷ ତାରିଖ ବଢ଼ାଯିବ ନାହିଁ। ଅଗଷ୍ଟ ୨ରୁ ଆଡମିଟ୍ କାର୍ଡ ପ୍ରଦାନ କରାଯିବ।

Leave A Reply

Your email address will not be published.