Latest Odisha News

BREAKING NEWS

ଗଞ୍ଜାମରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ମାର୍କେଟ ନିକଟରେ ଫେବୃଆରୀ ୭ ତାରିଖରେ ହୋଇଥିବା ଏକ ବୋମା ବିସ୍ଫୋରଣ ଘଟଣାରେ ସଂଶ୍ଲିଷ୍ଟ ଥିବା ଜଣେ କୁଖ୍ୟାତ ଅପରାଧୀ ଶୁକ୍ରବାର ଦିନ ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଛି।

ଆହତ ଅପରାଧୀ ଜଣକ ମହମ୍ମଦ ଇମ୍ରାନ୍ ବୋଲି ଜଣାପଡିଛି । ଏହି ଘଟଣାରେ ୩ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଇମ୍ରାନକୁ ଧରିବା ପାଇଁ ଯାଇଥିଲା । ପୋଲିସକୁ ଦେଖି ଇମ୍ରାନ ପୋଲିସ୍ ଉପରକୁ ଅତର୍କିତ ଭାବେ ପ୍ରଥମେ ବୋମା ଫୋପାଡ଼ି ଥିଲା। ପରେ ସେ ଗୁଳି ମଧ୍ୟ ଫୁଟାଇଥିଲା। ଏହାର ଜବାବ ଦେବାକୁ ଯାଇ ପୋଲିସ୍ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା।

ଏହି ଏନକାଉଣ୍ଟରରେ ଇମ୍ରାନର ୨ଟି ଗୋଡରେ ଗୁଳି ବାଜିଥିବାବେଳେ ତା’ର ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଆହତ ଇମ୍ରାନକୁ ଚିକିତ୍ସା ନିମନ୍ତେ ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

 

Leave A Reply

Your email address will not be published.