Latest Odisha News

BREAKING NEWS

ପୁଲୱାମା ଆକ୍ରମଣ: ଓଡିଆ ସହିଦଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ୨ଜଣ ଓଡିଆ ସିଆରପିଏଫ୍ ଯବାନଙ୍କ ପରିବାର ସହିତ କଥା ହେବା ସହ ସମବେଦନା ଜଣାଇଛନ୍ତି ।

ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ଦେଶଲାଗୀ ପ୍ରାଣବଳୀ ଦେଇଥିବା ଓଡିଆ ସିଆରପିଏଫ୍ ଯବାନ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ କୁମାର ବେହେରାଙ୍କ ପରିବାର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ କଥାବାର୍ତ୍ତା ହୋଇ ସାନ୍ତନ୍ୱା ପ୍ରଦାନ କରିଛନ୍ତି । ସହିଦଙ୍କ ବୀରତ୍ୱ, ସାହସିକତା ତଥା ସମ୍ମାନର୍ଥେ ଏକ ମିନିଟର ନୀରବ ପ୍ରାର୍ଥନା କରିଥିଲେ ।

ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ପୁଲୱାମା ଘଟଣାକୁ ଦୃଢ ନିନ୍ଦା କରିବା ସହ ସହିଦଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ଆହୁରି ମଧ୍ୟ ଏହି ୨ ଜଣ ସହିଦଙ୍କ ପରିବାର ବର୍ଗଙ୍କ ନିକଟକୁ ଯାଇ ବ୍ୟକ୍ତିଗତ ସମବେଦନା ଜଣାଇବା ପାଇଁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.