Latest Odisha News

BREAKING NEWS

ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ପିପିଲି-ନିମାପଡା ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ଭାଗୀରଥି ପ୍ରଧାନ (ଭାଗୁ) ବୋଲି ଜଣାପଡିଛି ।

ଭାଗୀରଥି ଠାରୁ ଗୋଟିଏ ବାଇକ୍, ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଆହତ ଅପରାଧୀର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ତା’ ନାମରେ ପୁରୀର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ମିଳିଥିବା ସୂଚନାନୁଯାୟୀ ଭାଗିରଥି ନିମାପଡା ରାସ୍ତା ଦେଇ ଯାଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବ ପୋଲିସ୍ ଦେଇଥିଲା।

Leave A Reply

Your email address will not be published.