ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଅବସରରେ ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଗ୍ରାଣ୍ଡସ୍ଲାମ ଟେନିସରେ ସେ ୩୬୯ତମ ବିଜୟ ହାସଲ କରି ରୋଜର ଫେଡେରରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ତୃତୀୟ ରାଉଣ୍ଡର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜୋକୋଭିଚ ଇଟାଲୀର ଲୋରେଂଜୋ ମୁସେଟୀଙ୍କୁ ୭-୫, ୬-୭(୬), ୨-୬, ୬-୩ ଓ ୬-୦ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ଜୋକୋଭିଚ ଜିତିବା ପରେ ମୁସେଟୀ କ୍ରମାଗତ ୨ଟି ସେଟ ଜିତି ୨-୧ରେ ଅଗ୍ରଣୀ ହୋଇଥିଲେ । ଏହା ପରେ ସର୍ବିୟା ଷ୍ଟାର କ୍ରମାଗତ ୨ଟି ସେଟ ଜିତି ମ୍ୟାଚରେ ବିଜୟୀ ହୋଇଥିଲେ । ଜୋକୋଚିଭ ଓପନ ଏରାରେ ୨୪ ଗ୍ରାଣ୍ଡ ସ୍ଲାମ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ସର୍ବାଧିକ ଗ୍ରାଣ୍ଡସ୍ଲାମ (ଉଭୟ ପୁରୁଷ ଓ ମହିଳା)ରେ ସେ ସେରେନା ୱିଲିୟମ୍ସଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ସେରେନା ୨୩ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । ୧୯୬୮ ପରଠାରୁ ଓପନ ଏରାର ଆରମ୍ଭ ହୋଇଥିଲା ।
BREAKING NEWS
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
Comments are closed.