Latest Odisha News

ମାଙ୍କଡ଼ ପାଇଁ ଏତେ ଆୟୋଜନ

ବାଲେଶ୍ୱର(ଅଧିପ ଜେନା): ଚାଲିଛି ଭଜନ କୀର୍ତ୍ତନ, ଭୋଜିଭାତ ବି ହେଉଛି । ହେଲେ କାହିଁକି ? କାହା ପାଇଁ ହୋଇଛି ଏତେ ଆୟୋଜନ ? ନିହାତି ଆପଣଙ୍କ ମନରେ ବି ଏ ପ୍ରଶ୍ନ ଉଠୁଥିବ । ଏତେ ସବୁ ଆୟୋଜନ ହୋଇଛି ମାଙ୍କଡ଼ର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ । ଆଉ ଏସବୁ ଆୟୋଜନ କରିଛନ୍ତି ଗ୍ରାମବାସୀ ।

ଗୋଟିଏ ପାଳିତ ମାଙ୍କଡ ପ୍ରତି ଲୋକଙ୍କ ଶ୍ରଦ୍ଧା ଆଗରେ ସବୁକିଛି ଭୁଲ୍ ପ୍ରମାଣିତ ହୋଇଛି । ବାଲେଶ୍ୱର ଜିଲ୍ଲା ରେମୁଣା ତେନ୍ତୁଳିଦା ପଞ୍ଚାୟତ ଜାଗୁଳି ଗାଁରେ ରହୁଥିବା ମାଙ୍କଡଟିର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିଲା । ଗାଁ ଲୋକେ ମାଙ୍କଡ଼ର ସତ୍କାର କରିବା ସହ ଶୁଦ୍ଧିକ୍ରିୟା କରିଛନ୍ତିଷ

ମଣିଷଙ୍କ ପରି କୀର୍ତ୍ତନ କରି ଶବ ଶତ୍କାର ସହ ଶୁଦ୍ଧକ୍ରିୟା କରାଯାଇଛି । କିଛି ଯୁବକ ମାଙ୍କଡ ପାଇଁ ଲଣ୍ଡା ମଧ୍ୟ ହୋଇଛନ୍ତି । ଶୁଦ୍ଧିକ୍ରିୟାରେ ମାଙ୍କଡ଼ର ଫଟୋକୁ ଧରି ଭଜନ କୀର୍ତ୍ତନ କରି ଗାଁ ପରିକ୍ରମା କରିଛନ୍ତି ଗ୍ରାମବାସୀ । ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ, ସମସ୍ତେ ଏକାଠି ହୋଇ ମାଙ୍କଡ଼କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଶୁଦ୍ଧିକ୍ରିୟାରେ ଭଜନ କୀର୍ତ୍ତନ ସହ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ଆୟୋଜନ ଦେଖି ଲାଗୁଥିଲା ସତେ ଯେମିତି ଗାଁର କେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ଏକାଦଶାହ କର୍ମ ଚାଲିଛି ।

Leave A Reply

Your email address will not be published.