ନୂଆଦିଲ୍ଲୀ: ଗତ ଶୁକ୍ରବାର ଦିନ ସରକାର ପିଏଫ୍ ସହ ଜଡିତ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର କର୍ମଚାରୀଙ୍କ ଆୟ ବୃଦ୍ଧି କରିବା ପାଇଁ ଇଟିଏଫରେ ଜମା କରିବାକୁ ଏବଂ ଅବଶିଷ୍ଟ ଅର୍ଥକୁ ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ ଏବଂ ଭରତ ୨୨ ପାଣ୍ଠିରେ ଜମା କରିବାକୁ ମଞ୍ଜୁରୀ ପ୍ରଦାନ କରିଛି।
କେନ୍ଦ୍ରୀୟ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନର କର୍ମଚାରୀମାନେ ବର୍ତ୍ତମାନ ସେମାନଙ୍କ ଜମା ପୁଞ୍ଜି ଉପରେ ଅଧିକ ରିଟର୍ଣ୍ଣ ପାଇବେ। ଗତ ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଇଟିଏଫଓ ଏବଂ ଇପିଏଫ୍ ସହିତ ଜଡିତ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ବୈଠକରେ ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡର କର୍ମଚାରୀଙ୍କ ଆୟ ବୃଦ୍ଧି ସହ ସେମାନଙ୍କୁ ଉତ୍ତମ ରିଟର୍ଣ୍ଣ ଯୋଗାଇବା ପାଇଁ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ ବିନିଯୋଗକୁ ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡ ମଞ୍ଜୁରୀ ପ୍ରଦାନ କରିଛି।
ରିପୋର୍ଟ ଅନୁଯାୟୀ, କର୍ମଚାରୀମାନଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ସିବିଟି ସେମାନଙ୍କ ଇଟିଏଫରେ ଜମା ହୋଇଥିବା ଅର୍ଥର ୫୦ ପ୍ରତିଶତକୁ କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ ଏବଂ ଭାରତ ୨୨ ପାଣ୍ଠିରେ ଅତିକମରେ ୫ ବର୍ଷ ଜମା କରିବାକୁ ଅନୁମୋଦନ କରିଛି। ଏହା ବ୍ୟତୀତ ବକେୟା ରାଶିକୁ ସରକାରୀ ସିକ୍ୟୁରିଟି ଏବଂ କର୍ପୋରେଟ୍ ବଣ୍ଡରେ ବିନିଯୋଗ ହେବ,ଫଳରେ ଆଶା କରାଯାଉଛି କର୍ମଚାରୀମାନେ ପିଏଫ୍ ଉପରେ ଅଧିକ ରିଟର୍ଣ୍ଣ ପାଇବେ।
ବୈଠକରେ ସିବିଟି ଦ୍ୱାରା ଏମନେସ୍ଟି ସ୍କିମ୍ ୨୦୨୪ର ସୁପାରିଶ କରାଯାଇଛି । ଏହା ବ୍ୟତୀତ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏବଂ ସେମାନଙ୍କଠାରୁ ଅଭିଯୋଗକୁ କମ୍ କରିବା ପାଇଁ ବୋର୍ଡ ଇପିଏଫ୍ ସ୍କିମ୍ ୧୯୫୨ରେ କିଛି ସୁଧାର ଆଣିବାକୁ ନିଷ୍ପତ୍ତି ନେଇଛି। ଯାହାଦ୍ବାରା ଅଦ୍ୟାବଧି ପ୍ରତ୍ୟେକ ମାସର ୨୪ ତାରିଖ ପର୍ଯ୍ୟନ୍ତ ଦାବିଗୁଡିକ ସମାଧାନ କରାଯାଉଥିଲା ଓ ଗତ ମାସର ଶେଷ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଧ ପ୍ରଦାନ କରାଯାଉଥିଲା । କିନ୍ତୁ ବୋର୍ଡ ଏହି ନିୟମକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ ଦାବି ଯେଉଁ ତାରିଖ ପର୍ଯ୍ୟନ୍ତ ସମାଧାନ ହେବ ଉକ୍ତ ତାରିଖ ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯିବ।
ପିଏଫ କର୍ମଚାରୀଙ୍କ ସପକ୍ଷରେ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ଅଟୋ କ୍ଲେମ୍ ର ସୀମା ବର୍ତ୍ତମାନ ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଛି। ଏବେ ବିବାହ ଏବଂ ଘର ନିର୍ମାଣ ପାଇଁ ଆଡଭାନ୍ସ ଅର୍ଥ ନେଇପାରିବେ। ଏହା ବ୍ୟତୀତ ଇଡିଏଲଆଇ ଉପରେ ବି ନିଷ୍ପତ୍ତି ମଧ୍ୟ ନିଆଯାଇଛି। ୨୮ ଏପ୍ରିଲ ପୂର୍ବରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ସର୍ବନିମ୍ନ ବୀମାର ଲାଭ ୨.୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୭ ଲକ୍ଷ ଟଙ୍କା ହେବ।
Comments are closed.