Latest Odisha News

BREAKING NEWS

ଦେଶରେ ମହଙ୍ଗା ହେଲା ବିମାନ ଯାତ୍ରା

ନୂଆଦିଲ୍ଲୀ : ଦେଶରେ ଆଜିଠୁ ମହଙ୍ଗା ହେଲା ବିମାନ ଯାତ୍ରା । ବିମାନ ଯାତ୍ରୀଙ୍କ ଏଣିକି ଦେବାକୁ ପଡ଼ିବ ଅଧିକ ୩୦% ଅର୍ଥ । ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ତାରିଖ ଯାଏଁ ଜାରି ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।

ନୂଆ ନିର୍ଦ୍ଦେଶନାମା ଅନୁସାରେ, ଏଣିକି ଦେଢ଼ରୁ ୨ ଘଣ୍ଟାର ଯାତ୍ରା ପାଇଁ ଯାତ୍ରୀଙ୍କୁ ସର୍ବନିମ୍ନ ଭଡ଼ା ୩୯୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ସର୍ବାଧିକ ବିମାନ ଭଡ଼ା ୧୦ ହଜାରରୁ ବଢ଼ି ୧୩ ହଜାର ଟଙ୍କା ହୋଇଛି । ସେହିପରି ୪୦ ମିନିଟର ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୨୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ, ସର୍ବାଧିକ ଭଡ଼ା ୭୮୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହାସହ ୪୦ରୁ ୬୦ ମିନିଟର ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୨୮୮ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ, ସର୍ବାଧିକ ଭଡ଼ା ୧୧ ହଜାର ୭୦୦ ଟଙ୍କା ହୋଇଛି । ଘଣ୍ଟାକରୁ ଦେଢ଼ ଘଣ୍ଟାର ଯାତ୍ରା ପାଇଁ ସର୍ବନିମ୍ନ ଭଡ଼ା ୩୩୦୦ ଟଙ୍କା ଧାର୍ଯ୍ୟ କରିଛି ବେସାମରିକି ବିମାନ ଚଳାଚଳ ମନ୍ତ୍ରାଳୟ ।

Comments are closed.