Latest Odisha News

ନକ୍ସଲ ନିପାତ ପାଇଁ ବ୍ଲୁ ପ୍ରିଣ୍ଟ: ଶାହା କହିଲେ, ଏବେ ଅନ୍ତିମ ପ୍ରହାର…

ନୂଆଦିଲ୍ଲୀ: ଦେଶରୁ ୨୦୨୬ ମାର୍ଚ୍ଚ ସୁଦ୍ଧା ନିପାତ ହେବେ ନକ୍ସଲ । ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି । ଏବେ ଅନ୍ତିମ ପ୍ରହାରର ସମୟ….ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ରଣହୁଙ୍କାର ଭରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ।

ଏନେଇ ଶାହା କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି । ଅନେକ ସ୍ଥାନ ଏବେ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତି ପାଇଛି । ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ରହିଲେ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି ଗୃହମନ୍ତ୍ରୀ । ଅଗଷ୍ଟ ୨୪ ଏବଂ ୨୫ରେ ଛତିଶଗଡ଼ ଯାଇ ନକ୍ସଲ ନିପାତ ପାଇଁ ରଣନୀତି ପ୍ରସ୍ତୁତ କରିଥିଲି । ଚଳିତ ବର୍ଷ ଜାନୁଆରୀରୁ ଏଯାଏଁ ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଗଲାଣି ।୮୦୧ ନକ୍ସଲ ଗିରଫ ହୋଇଥିବା ବେଳେ ୭୪୨ ଜଣ ଆତ୍ମସମର୍ପଣ କରିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ଏହି ସମସ୍ୟାରୁ ସଂପୂର୍ଣ୍ଣ ମୁକ୍ତ ହୋଇଯିବ ବୋଲି କହିଛନ୍ତି ଶାହା ।

ସେହିପରି ନକ୍ସଲ ମାନଙ୍କୁ ମଧ୍ୟ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଶାହା । ସେମାନଙ୍କ ଥଇଥାନ ପାଇଁ ରାଜ୍ୟମାନଙ୍କ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି । ଏହାର ଫାଇଦା ନିଅନ୍ତୁ , ଦେଶର ବିକାଶରେ ସାମିଲ ହୁଅନ୍ତୁ ବୋଲି ଦିଲ୍ଲୀରୁ ଆହ୍ବାନ ଭରିଛନ୍ତି ।

ଦେଶରେ ବାମପନ୍ଥୀ ଉଗ୍ରବାଦ ତଥା ମାଓ-ନକ୍ସଲବାଦ ମୁକାବିଲା ରଣନୀତି ପାଇଁ ଆଜି ଦିଲ୍ଲୀରେ ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହି ବୈଠକରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ତେବେ ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବୈଠକରେ ସାମିଲ ହେବା ପାଇଁ ରବିବାର ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।

Leave A Reply

Your email address will not be published.