Latest Odisha News

BREAKING NEWS

ମହାକାଶରେ ଲୋକେ କରିିବେ ଖୁଲମ ଖୁଲା ରୋମାନ୍ସ

ନ୍ୟୁୟର୍କ: ପ୍ରେମ ଏପରି ଏକ ଅନୁଭବ, ଯେଉଁଥିରେ ବୁଡି ରହିଥିବା ବ୍ୟକ୍ତି ଦିନରାତି କ’ଣ ଜାଣି ପାରନ୍ତି ନାହିଁ । ଯଦି ଉଭୟ ଏକାଠି ଅଛନ୍ତି, ତେବେ ସେମାନେ ଅନ୍ୟ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ । ସ୍ଥାନଟି ଯାହା ହେଉନା କାହିଁକି, କେବଳ ସେମାନେ ଏକାଠି ରହିବା ଉଚିତ୍ ବୋଲି ମନେ କରନ୍ତି । ତଥାପି, ପ୍ରେମର ଏହି ଅନୁଭବକୁ ସ୍ୱତନ୍ତ୍ର କରିବା ପାଇଁ ଅନେକ ଥର ନୂଆ ନୂଆ ପଦ୍ଧତି ଆପଣାଇଥାନ୍ତି । ଯଦି କୌଣସି ପ୍ରେମୀଯୁଗଳ ନିରୋଳା ବା ଏକାନ୍ତରେ ପରସ୍ପର ସମୟ ବିତାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସଠିକ୍ ଠିକଣା ହେଉଛି ନାସା ।

ନୀଳ ଦରିଆଠାରୁ ଆରମ୍ଭ କରି ଆକାଶରେ ବି ଅନେକ ପ୍ରେମୀଯୁଗଳ ରୋମାନ୍ସ କରିବାର ନଜିର ରହିଛି । କିନ୍ତୁ ଏପର୍ଯ୍ୟନ୍ତ ମହାକାଶରେ କେହି ରୋମାନ୍ସ କରିଥିବା ନଜିର ନାହିିଁ । ଏପରି ପରିସ୍ଥିତିରେ, ଯଦି ଆପଣ ନିଜ ସାଥୀଙ୍କ ସହିତ ମହାକାଶରେ ରୋମାନ୍ସ କରିବାକୁ ଚାହୁଁଛନ୍ତି, ତେବେ ନିଷ୍ପତ୍ତି ତୁରନ୍ତ ନେବା ଜରୁରୀ । କାରଣ ଏଥିପାଇଁ ବୁକିଂ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ସୁଯୋଗ ଆଣୁଛି ‘୬୮ ମାଇଲ୍ ହାଇ କ୍ଲବ୍‌’ । ମହାକାଶ ପର୍ଯ୍ୟଟକମାନେ ଏହାର ଅଂଶ ହୋଇ ମହାକାଶରେ ନିଜ ସାଥୀଙ୍କ ସହ ରୋମାନ୍ସ କରିପାରିବେ । ଏସବୁ କରିବା ପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ମଧ୍ୟ ପଡିବ ନାହିଁ । ନାସାର ପୂର୍ବତନ ମହାକାଶଚାରୀ ଜୋସେ ଫର୍ଣ୍ଣାଡିଜ୍ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବା ମାତ୍ରେ ପର୍ଯ୍ୟଟକଙ୍କୁ ମହାକାଶରେ ରୋମାନ୍ସ କରିବାକୁ କେହି ରୋକି ପାରିବେ ନାହିଁ । ମହାକାଶରେ ପରସ୍ପରର ସ୍ପେସ୍ ସୁଟ୍ ଖୋଲିି ପ୍ରେମ କରିବାକୁ ସମର୍ଥ ହୋଇପାରିବେ । ଏହା ବେଆଇନ କିମ୍ବା ଅସମ୍ଭବ ହେବ ନାହିଁ ।
ଜୋସେ ୨୦୦୧ ରେ ଆମେରିକାର ସ୍ପେସ୍ ଏଜେନ୍ସିରେ ଯୋଗ ଦେଇଥିଲେ । ବର୍ତ୍ତମାନ ୬୦ ବର୍ଷ ବୟସରେ ଜୋସେ କହିଛନ୍ତି ଯେ ମହାକାଶରେ ଏହି ସମ୍ପର୍କ ହୋଇପାରିବ । କିନ୍ତୁ ଯେହେତୁ ଲୋକମାନେ ସୀମିତ ସମୟ ପାଇଁ ସେଠାକୁ ଯାଆନ୍ତି, ତେଣୁ ପ୍ରତ୍ୟେକ ମିନିଟର କାର୍ଯ୍ୟ ପୂର୍ବ ନିର୍ଣ୍ଣୟ କରାଯାଇଥାଏ । କିନ୍ତୁ ବର୍ତ୍ତମାନ ସେଠାକୁ ଯାଉଥିବା ସ୍ପେସ୍ ପର୍ଯ୍ୟଟକମାନେ ଏହାକୁ ସମ୍ପୂର୍ଣ୍ଣ ଉପଯୋଗ କରିପାରିବେ । ସେମାନଙ୍କ ପାଇଁ କୌଣସି ନିୟମ ରହିବ ନାହିଁ । ଯଦି ଆପଣ ମହାକାଶରେ ଏହି ସୁଯୋଗର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କେବଳ ୩ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତାହା ହେଉଛି ଏକ ଟିକେଟ୍ ମୂଲ୍ୟ । ତେଣୁ ସାଥୀଙ୍କ ସହିତ ଗଲେ ଆପଣଙ୍କୁ ଦୁଇଗୁଣ ଅର୍ଥ ଦେବାକୁ ପଡିବ ।

Leave A Reply

Your email address will not be published.