Latest Odisha News

BREAKING NEWS

ଏଣିକି ବୈଷ୍ଣବ ଦେବୀ ଯାତ୍ରା ପାଇଁ କେବଳ ଅନ୍‌ଲାଇନ୍‌ରେ କରିହେବ ବୁକିଂ

ନୂଆଦିଲ୍ଲୀ: ବୈଷ୍ଣୋଦେବୀ ମନ୍ଦିର ପରିସରରେ ଦଳାଚକଟାରେ ୧୨ ଜଣ ଭକ୍ତଙ୍କ ମୃତ୍ୟୁ ପରେ ବୈଷ୍ଣୋ ଦେବୀ ମନ୍ଦିର ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଭକ୍ତମାନେ ବୈଷ୍ଣୋଦେବୀ ଯାତ୍ରା ପାଇଁ ଅନଲାଇନ୍ ବୁକିଂ କରିପାରିବେ। ଅଫଲାଇନ୍ ବୁକିଂ ନିୟମକୁ ବନ୍ଦ କରାଯାଇଛି।

୧୩ କିଲୋମିଟର ଟ୍ରାକିଂ ପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡ୍ ରେ ବୁକିଂ କରାଯାଇପାରିବ। କିନ୍ତୁ ବହୁ ସଂଖ୍ୟକ ଲୋକ କଟ୍‌ରା ପହଞ୍ଚିବା ସମୟରେ ଅଫଲାଇନ୍ ସ୍ଲିପ୍ ନେଉଥିଲେ। ହାରାହାରି ୨୮,୦୦୦ ଲୋକ କଟ୍‌ରା ପହଞ୍ଚିବା ପରେ ବୁକ୍ କରୁଥିଲେ। କେବଳ ୨,୦୦୦ ଲୋକ ଅନଲାଇନ୍ ବୁକିଂର ସୁବିଧା ବ୍ୟବହାର କରୁଥିଲେ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଶ୍ରାଇନ୍‌ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରବିବାର ଦିନ ବୋର୍ଡ ଦ୍ବାରା ଜାରି ଏକ ସରକାରୀ ବିବୃତ୍ତିରେ ଏହା କୁହାଯାଇଛି। ଏହି ପଦକ୍ଷେପ ଗ୍ରହଣ କରିବା ଦ୍ବାରା ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ।

Leave A Reply

Your email address will not be published.