Latest Odisha News

BREAKING NEWS

ଯୋଗୀ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ; ବଦଳିଲା ଗାଁର ନାଁ

ଲକ୍ଷ୍ନୌ: ବଦଳିଲା ଉତ୍ତରପ୍ରଦେଶର ବାରାଣାସୀ ନିକଟ ଜୌନପୁର ଜିଲ୍ଲାରେ ଅବସ୍ଥିତ ଗ୍ରାମ ସାଦି ଖୁର୍ଦର ନାଁ। ଏହାର ନାଁ ବଦଳାଯାଇ ଶାଚିପୁରମ ରଖାଯାଇଛି। କେନ୍ଦ୍ର ସରକାର ଅନୁମୋଦନ ପରେ ଏହାର ନାଁ ପରିବର୍ତ୍ତନ କରାଯାଇଛି। ଯୋଗୀ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିଛି। ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଉନ୍ନାଓ ନିକଟରେ ଥିବା ଆଉ ୨ଟି ଗାଁର ନାମ ପରିବର୍ତ୍ତନ ପ୍ରସ୍ତାବ ଉପରେ ବିଚାର ଚାଲିଛି।

ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ନାମ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଥିଲା। ୨୦୨୨ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାର ଅଧିକ ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରକୁ ଅନୁରୋଧ କରିପାରିବେ।

ୟୁପି ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ପ୍ରସ୍ତାବ ପ୍ରଥମେ ରାଜ୍ୟ ସରକାରଙ୍କ ଦ୍ବାରା ଯାଞ୍ଚ କରାଯିବ ଏବଂ ପରେ କେନ୍ଦ୍ରକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ସୁପାରିଶ କରାଯିବ।

Comments are closed.