Latest Odisha News

BREAKING NEWS

ସୀମାକୁ ମିଳିଲା କୃତ୍ରିମ ଅଙ୍ଗ, ଏଥର ଚାଲି ଚାଲି କରି ଯିବ ସ୍କୁଲ

ଜମୁଇ:ଗୋଟିଏ ପାଦରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ଜମୁଇର ସୀମା ଏଥର ଚାଲି ଚାଲି କରି ସ୍କୁଲ ଯାଇପାରିବ । ସୀମାର ଡେଇଁ ଡେଇଁ ଯିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛି । ଜିଲ୍ଲାପାଳ ଅବନୀଶ କୁମାର ସିଂ ନିଜେ ସୀମାଙ୍କ ଘରକୁ ଯାଇ ପାଦର ମାପ ଆଣିଥିଲେ । ଏହା ପରେ ତାଙ୍କ ପାଇଁ ସ୍ୱତନ୍ତ୍ର କୃତ୍ରିମ ଅଙ୍ଗ ତିଆରି କରା ଯାଇଥିଲା । ପ୍ରଥମେ ଯେତେବେଳେ ସେ ଏହାକୁ ପିନ୍ଧି ଚାଲିଲା, ସେତେବେଳେ ଖୁସିରେ ତା ଆଖିରୁ ଲୁହ ଝରି ଆସିଥିଲା । ଏହା ବ୍ୟତୀତ ତାଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି ।

ସୀମାର ଭିଡିଓ ଦେଖି ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ସାହାଯ୍ୟ କରିବେ ବୋଲି କହିଥିଲେ । ଅଭାବ ଅସୁବିଧାରେ ଚଳୁଥିବା ସୀମାଙ୍କ ବାପା, ମାଆଙ୍କୁ ଖୁବ ଶୀଘ୍ର ରାସନ କାର୍ଡ, ଘର ଓ ଅନ୍ୟ ସରକାରୀ ଯୋଜନା ଯୋଗାଇ ଦିଆଯିବ ବୋଲି ଅବନୀଶ କହିଛନ୍ତି । ସୀମାଙ୍କ ବୟସ ୧୦ ବର୍ଷ । ୨ ବର୍ଷ ତଳେ ଏକ ଦୁର୍ଘଟଣାରେ ସେ ତାଙ୍କର ଗୋଟିଏ ପାଦ ହରାଇଥିଲେ । ଅସୁବିଧା ସତ୍ୱେ ପଢ଼ିବା ପ୍ରତି ତାଙ୍କ ଆଗ୍ରହ ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏବେ ସରକାରୀ ସହଯୋଗ ପାଇବା ପରେ ଆହୁରି ଅଧିକ ମନ ଦେଇ ପାଠ ପଢ଼ିବି ବୋଲି ସୀମା କହିଛନ୍ତି ।

Leave A Reply

Your email address will not be published.