Latest Odisha News

BREAKING NEWS

ଭାରତ କମେଇଲା ତେଲ ଦର, ପାକିସ୍ତାନ ବଢ଼େଇଲା ୩୦ ଟଙ୍କା

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପେଟ୍ରୋଲ ଓ ଡିଜେଲ ଦର କମେଇଥିବା ବେଳେ ପଡ଼ୋଶୀ ପାକିସ୍ତାନରେ ବଢ଼ିଛି ଆକାଶ ଛୁଅାଁ ଇନ୍ଧନ ଦର । ଗୁରୁବାର ପେଟ୍ରୋଲିୟମ ଉତ୍ପାଦରେ ଲିଟର ପିଛା ୩୦ ଟଙ୍କା ବଢ଼ାଇଛି ପାକିସ୍ତାନ ।

ଅର୍ଥ ମନ୍ତ୍ରୀ ମିଫତା ଇସମାଇଲ ଲିଟର ପିଛା ୩୦ ଟଙ୍କା ବଢ଼ିବା ସୂଚନା ଦେଇଥିଲେ । ଗୁରୁବାର ମଧ୍ୟ ରାତ୍ରିରୁ ଏହି ଦର ଲାଗୁ ହୋଇଛି ବୋଲି ପାକିସ୍ତାନ ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଦର ବଢ଼ିବା ପରେ ପେଟ୍ରୋଲ-୧୭୯.୮୫ ଟଙ୍କା, ଡିଜେଲ-୧୭୪.୧୫ ଟଙ୍କା, କିରୋସିନ-୧୫୫.୯୫ ଟଙ୍କା ଏବଂ ଲାଇଟ ଡିଜେଲ- ୧୪୮.୪୧ ଟଙ୍କା ରେ ପହଞ୍ଚିଛି ।

ପାକିସ୍ତାନ ସରକାର ଓ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ସହ ଆର୍ଥିକ ସହାୟତା ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସରକାର ଆଇଏମଏଫକୁ ୬ ବିଲିଅନ ଡଲାର ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ ।

ତେଲ ଦର ଉପରୁ ସବସିଡି ହଟାଇବାକୁ ଆଇଏମଏଫ ପାକିସ୍ତାନକୁ କହିଥିଲା । ଏହା ପରେ ହିଁ କୌଣସି ପ୍ରକାର ସାହାଯ୍ୟ ମିଳିପାରିବ ବୋଲି ଆଲୋଚନାରେ ନିଷ୍କର୍ସ ବାହାରିଥିଲା ।
ଯାହା ଫଳରେ ବାଧ୍ୟ ହୋଇ ପାକିସ୍ତାନ ସରକାର ସାଧାରଣ ଜନତାଙ୍କ ଉପରେ ଏତେ ବଡ଼ ବୋଝ ଲଦିଲେ ବୋଲି ଅର୍ଥ ମନ୍ତ୍ରୀ ମିଫତା ଇସମାଇଲ କହିଛନ୍ତି ।

Leave A Reply

Your email address will not be published.