Latest Odisha News

BREAKING NEWS

ନାଲିବତି ପରେ ଭିଆଇପି ଗାଡ଼ିରୁ ଏବେ ହଟିବ ସାଇରନ; ବାଜିବ ବଂଶୀ

ନୂଆଦିଲ୍ଲୀ: ଭିଆଇପି ଗାଡିରୁ ଲାଲ ବତି ହଟିବା ପରେ ଏବେ ହଟିବ ସାଇରନ । ଏ ନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଯୋଜନା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେ ଗସ୍ତ ଅବସରରେ ଏପରି ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ରର ସ୍ୱରରେ ବଦଳା ଯିବା ।

ପୁଣେ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସ୍ଥାନୀୟ ଚାନ୍ଦନୀ ଚୌକ ଫ୍ଲାଇଓରର ଉଦଘାଟନ କରିଥିଲେ । ଏହା ପରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ଗଡକରୀ । ଏହି ଅବସରରେ ଧ୍ୱନୀ ପ୍ରଦୂଷଣକୁ ନେଇ ମନ୍ତ୍ରୀ କହିଥିଲେ, ଏବେ ଧ୍ୱନୀ ପ୍ରଦୂଷଣକୁ ନେଇ ଚିନ୍ତା କରିବାର କଥା । ଧ୍ୱନୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବେ ଆମ ପାଇଁ ଏକ ବଡ ଚାଲେଞ୍ଜ । ମନ୍ତ୍ରୀ କହିଥିଲେ, ମୁଁ ଭାଗ୍ୟଶାଳୀ ବୋଲି ନିଜକୁ କହିବି କାରଣ ମୋତେ ଭିଆଇପି ଗାଡିରୁ ଲାଲ ବତି ହଟାଇବାର ସୁଯୋଗ ମିଳିଥିଲା । ଲାଲ ବତୀ ହଟାଇବା ପରେ ଏବେ ସାଇରନ ହଟାଇବା ପାଇଁ ଚିନ୍ତା କରୁଛି ।

ଗଡକରୀ କହିଥିଲେ, ସାଇରନ ହର୍ଣ୍ଣକୁ ଭାରତୀୟ ବାଦ୍ୟଯନ୍ତ୍ରର ମଧୁର ସଙ୍ଗୀତରେ ବଦଳାଇ ଦେବା । ସାଇରନ ବଦଳରେ ଗାଡିରେ ସାଇରନ ବଦଳରେ ବଇଂଶୀ ସ୍ୱର, ତବଲା କିମ୍ବା ଶଙ୍ଖ ଧ୍ୱନୀ ବାଜିବ  । ଏହାଦ୍ୱାରା ଲୋକଙ୍କୁ ସାଇରନର ବିକଟାଳ ଶବ୍ଦରୁ ଆଶ୍ୱସ୍ତି ମିଳିବ । ଏହାଦ୍ୱାରା ଧ୍ୱନୀ ପ୍ରଦୂଷଣ ନିୟନ୍ତ୍ରଣ ବି କରାଯାଇ ପାରିବ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନାବିସ ଏବଂ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ ।

 

Comments are closed.