Latest Odisha News

BREAKING NEWS

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ: ରାତିଅଧରେ ବିଭିନ୍ନ ବାରରେ ରେଡ୍

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍  । ରାତିଅଧରେ ବିଭିନ୍ନ ବାରରେ ରେଡ୍ କରିଛି କମିଶନରେଟ୍ ପୋଲିସ । କଟକ ରୋଡରେ ଥିବା ୭ଟି ବାରରେ ଏକକାଳୀନ ଭାବେ ଚଢାଉ କରାଯାଇଛି  । ରେଡ୍ ହୋଇଥିବା ବାର୍ ଗୁଡିକ ମଧ୍ୟରେ ରହିଛି ରେନ୍ ବାର୍ , ଜେଏଲପି ବାର୍, ପେଣ୍ଟାଗନ୍ ବାର୍, ପ୍ରିନ୍ସ ବାର୍ ଇତ୍ୟାଦି  । ଏହି ବାର ଗୁଡିକ ଧାର୍ଯ୍ୟ ସମୟ ପରେ ବି ଖୋଲା ରହିଥିଲା  । ଯାହାକୁ ନେଇ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରିଛି  । ଚଢାଉ ବେଳେ ବାରର ରେଜିଷ୍ଟ୍ରର ଏବଂ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି  ।

ଗତକାଲି ବାର୍ ଗୁଡିକୁ କଡା ଚେତାବନୀ ଦେଇଥିଲା ଅବକାରୀ ବିଭାଗ  । ରାଜଧାନୀର ସବୁ ବାର୍ ଗୁଡିକରେ ରେଡ୍ କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ  । ଆହୁରି ମଧ୍ୟ କୁହାଯାଇଥିଲା ଯେ ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ  । ଭୁବନେଶ୍ବରର ୧୮ଟି ବାରରେ ପ୍ରାୟ ୨୧୬ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେବେ ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଆବଶ୍ୟକ  । ଯଦି ୨୧ ବର୍ଷରୁ କମ୍ ବୟସର ବାଳିକା ବାରରେ ନିୟୋଜିତ ହୋଇଥିବେ, ତେବେ ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ସେପଟେ ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରାଯିବା ଆବଶ୍ୟକ  । ନଚେତ୍ ଡ୍ୟାନ୍ସ ବାର ସିଲ୍ କରାଯିବା ବୋଲି କୁହାଯାଇଥିଲା  ।

 

 

 

 

Leave A Reply

Your email address will not be published.