ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକ ୟୁପିଆଇ ଦ୍ୱାରା ଟଙ୍କା ନେଣଦେଣ କରୁଛନ୍ତି। ଅନଲାଇନ ଟ୍ରାଞ୍ଜାକସନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏନପିସିଆଇ ଆଲର୍ଟ ଜାରି କରିଛି। ବର୍ତ୍ତମାନ ସାଇବର ଠକମାନେ କଲ୍ ମର୍ଜିଂ ସ୍କାମ୍ ମାଧ୍ୟମରେ ଲୋକଙ୍କୁ ଠକୁଛନ୍ତି।
ଏଥିରେ ଅପରାଧୀମାନେ ଲୋକଙ୍କୁ ଫୋନ୍ କରି ସେମାନଙ୍କଠାରୁ OTP ସଂଗ୍ରହ କରି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ କରୁଛନ୍ତି। ତେବେ ଏହି ସ୍କାମ୍ ସମ୍ପର୍କ ରେ ୟୁପିଆଇ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏକ ସତର୍କତା ଜାରି କରିଛି।
କଲ୍ ମର୍ଜିଂ ସ୍କାମ୍ କ’ଣ?
NPCIର ପୋଷ୍ଟ ଅନୁଯାୟୀ, ଇଭେଣ୍ଟ ଇନଭିଟେସନ୍ କିମ୍ବା ଚାକିରି ବାହାନାରେ ଅପରାଧିମାନେ ଲୋକଙ୍କୁ ଫୋନ୍ କରିଥାନ୍ତି। ଏପରିକି ବନ୍ଧୁଙ୍କ ଠାରୁ ନମ୍ବର ମିଳିଥିବା କହିଥାନ୍ତି। ସେହି ସାଙ୍ଗ ଜଣକ ଅନ୍ୟ ଏକ ନମ୍ବରରୁ କଲ କରୁଥିବା କହିବା ସହ ଉକ୍ତ କଲ୍ ଟିକୁ ମର୍ଜ କରବା ପାଇଁ ସେମାନେ କହିଥାନ୍ତି। ଆପଣ କଲ୍ ମର୍ଜ କରିବାମାତ୍ରେ ସେମାନଙ୍କ ଜାଲରେ ଫସିଯାନ୍ତି। ତେବେ ଏହା କୌଣସି ସାଙ୍ଗର କଲ୍ ହୋଇନଥାଏ ବରଂ ବ୍ୟାଙ୍କରୁ ଏକ OTP କଲ୍ ଥାଏ। ଯାହା ଦ୍ଵାରା ଅପରାଧି ମାନେ OTP ସଂଗ୍ରହ କରି ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଇଥାନ୍ତି।
ବର୍ତ୍ତମାନ ସମୟରେ ଯେତେ ସତର୍କ ରହିବେ, ଠକାମିର ଶିକାର ହେବାର ସମ୍ଭାବନା ସେତେ କମ୍ ରହିବ। ଯଦି କୌଣସି ଅଜଣା ନମ୍ବରରୁ କଲ୍ ଆସେ, ତେବେ ଏହାକୁ ଅଣଦେଖା କରିବା ସହ ଅଜଣା ନମ୍ବରରୁ ଆସୁଥିବା କଲ୍ କୁ ମର୍ଜ ନ କରିବାକୁ ଚେତାବନୀ ଦିଆଯାଇଛି।
Comments are closed.