ମୁମ୍ବାଇ: ଜେଲ୍ ଯିବେ ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେ । ଏକ ଠକେଇ ମାମଲାରେ ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେ ଓ ତାଙ୍କ ଭାଇ ସୁନୀଲ କୋକାଟେଙ୍କୁ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି ନାସିକ ଜିଲ୍ଲା କୋର୍ଟ । ଏହା ସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି ।
୧୯୯୫ ମସିହାରେ, ମାଣିକରାଓ କୋକାଟେଙ୍କ ବିରୋଧରେ ଡକ୍ୟୁମେଣ୍ଟ ହେରଫେର ଏବଂ ଠକେଇ ଅଭିଯୋଗ ଆସିଥିଲା । ପୂର୍ବତନ ମନ୍ତ୍ରୀ ତୁକାରାମ ଦିଘୋଲେ ଏହି ମାମଲାରେ ଏକ ଆବେଦନ ଦାଖଲ କରିଥିଲେ । ତାଙ୍କ ବିରୋଧରେ ଧାରା ୪୨୦, ୪୬୫, ୪୭୧, ୪୭ ରେ ମାମଲା ରୁଜୁ ହୋଇଥିଲା ।
ବର୍ତ୍ତମାନ ଅଜିତ ପାୱାର ନେତୃତ୍ବାଧୀନ ଏନସିପିର ସଦସ୍ୟ ଅଛନ୍ତି ମାଣିକରାଓ । ଗତ ୨୦୨୪ ବିଧାନସଭା ନିର୍ବାଚନରେ ଶରଦ ପାୱାର ନେତୃତ୍ବାଧୀନ ଏନସିପି-ଏସପି ପ୍ରାର୍ଥୀ ଉଦୟ ସାଙ୍ଗଲଙ୍କୁ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ ସିନାର ବିଧାୟକ ତଥା କୃଷିମନ୍ତ୍ରୀ ମାଣିକରାଓ ।
Comments are closed.