Latest Odisha News

BREAKING NEWS

କିମ୍ବଦନ୍ତୀ ମାରାଥନ ଧାବକ ଫୌଜ ସିଂହଙ୍କ ମୃତ୍ୟୁ ମାମଲାରେ ଏନଆରଆଇ ଗିରଫ

ନୂଆଦିଲ୍ଲୀ: କିମ୍ବଦନ୍ତୀ ମାରାଥନ ଧାବକ ଫୌଜ ସିଂହଙ୍କୁ ହିଟ୍ ଆଣ୍ଡ୍ ରନ ଘଟଣାରେ ପଞ୍ଜାବ ପୋଲିସ ଜଣେ ଏନଆରଆଇ ଯୁବକଙ୍କୁ ଗିରଫ କରିଛି। ଏନଆରଆଇ ଅମୃତପାଲ ସିଂହ ଢିଲୋଙ୍କୁ ଗିରଫ କରିବା ସହିତ ପୋଲିସ ଉକ୍ତ ଫର୍ଚୁନର ଏସୟୁଭି ମଧ୍ୟ ଜବତ କରିଛି।

ଜଳନ୍ଧରର କରତାରପୁରର ଦାସୁପୁର ଗ୍ରାମର ବାସିନ୍ଦା ଢିଲୋଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ହେପାଜତରେ ନିଆଯାଇଛି। ଭୋଗପୁର ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଥିବା ବେଳେ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ଫୌଜ ସିଂହଙ୍କୁ ଧକ୍କା ଦେଇଥିବା କରତାରପୁରର ଦାସୁୱାଲ ଗ୍ରାମର ବାସିନ୍ଦା ଏନଆରଆଇ ଅମୃତପାଲ ସିଂହ ଢିଲୋଙ୍କୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରୁ ପୋଲିସ ଗିରଫ କରିଥିଲା। ଏସଏସପି ଜଳନ୍ଧର ଗ୍ରାମାଞ୍ଚଳ ହରବିନ୍ଦର ସିଂହ ଭିର୍କ କହିଛନ୍ତି ଯେ ଜେରା ସମୟରେ ଅଭିଯୁକ୍ତ କହିଥିଲେ ଯେ ସେ ଯାହାକୁ ମାରିଥିଲେ ସେ ଫୌଜା ସିଂହ ବୋଲି ସେ ଜାଣି ନଥିଲେ। ଟିଭିରେ ଦେଖିବା ପରେ ସେ ଏନେଇ ଜାଣିପାରିଲେ।

ଦୁର୍ଘଟଣା ସ୍ଥଳରେ ଫର୍ଚୁନରର କିଛି ଭଙ୍ଗା ଅଂଶ ପାଇବା ପରେ ପୋଲିସ ଗାଡିର ମଡେଲ ଯାଞ୍ଚ କରିଥିଲା। ଯାହା ପରେ ସେମାନେ ରାଜପଥ ସହିତ ଗ୍ରାମର କ୍ୟାମେରା ମଧ୍ୟ ଯାଞ୍ଚ କରିଥିଲେ। ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଅମୃତପାଲ ସିଂହଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ। ଅଭିଯୁକ୍ତ କହିଛନ୍ତି ଯେ ଯେତେବେଳେ ସେ ଜଳନ୍ଧର ପଠାଣକୋଟ ରାଜପଥରେ ଧକ୍କା ଦେଇଥିଲେ ସେତେବେଳେ କାରଟି ଦ୍ରୁତ ଗତିରେ ଥିଲା ବେଳେ ବ୍ରେକ୍ ଲଗାଇବା କଷ୍ଟକର ଥିଲା। ତେଣୁ ସେ ତାଙ୍କୁ ଧକ୍କା ଦେବା ପରେ ନ ଅଟକି ପଳାଇଯାଇଥିଲେ।

 

Comments are closed.